Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Majhi

Inspirational

4.0  

Prakash Majhi

Inspirational

ହେ! ବୀର

ହେ! ବୀର

1 min
187


ଜନମ ମରଣ ଦୁଇଧାରେ ଠିଆ

ସତ୍ୟର ପଥ ସ୍ଵର,                       

ଦେଶଜାତି ପାଇଁ ତୁମେ ହିଁ ମହାନ              

ମିଥ୍ୟାକୁ ନାହିଁ ଡର ।


ଉଡିବାକୁ ଏଠି ସମୟ ନିଅଣ୍ଟ                  

ଯାହା ବି କରିବ ତୁମେ,                       

ଠିକ୍ ଭୁଲ ସବୁ ପରକ୍ଷିନେବ                 

ପଡିବନି କାହା ଭ୍ରମେ ।


ବୟସ ଖସିବ ଆୟୁଷ ପାଚିବ

ଚହଳ ପଡିବ ଏଠି,

ସାରା ସଂସାରକୁ କୋଳେଇ ନେବ

ହସିବ ମମତା ମାଟି ।


ଏକା ନୁହଁ ତୁମେ ସକଳ ପରାଣ

ଅୟୂତ ଯୁଗର ବଳ,

ଶତ୍ରୁ ହଟିବ ମଥାକୁ ପିଟିବ

ସରିଯିବ ସବୁ ଖେଳ ।


ଆଶାର ଆଲୋକ ସାରା ଜଗତରେ

ଦେଖାଇବ ନୂଆ ପଥ,

ଗଢ଼ିଦେବ ପ୍ରେମ ବିଶ୍ଵାସ ସବୁଠି

ଚାଲିବ ସଂସାର ରଥ ।


ନବ ଜୀବନର ନବୀନ ପ୍ରଭାତ

ନୟନ ଦେଲେଣି ଖୋଲି,

ରହିଯିବ ନାମ ଅମର ଅକ୍ଷରେ

ପାରିବେନି କେହି ଭୁଲି ।



Rate this content
Log in

Similar oriya poem from Inspirational