Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ଦୂରଦର୍ଶନ ନିଶା

ଦୂରଦର୍ଶନ ନିଶା

1 min
542



ଦୂରଦର୍ଶନଟି କିଣିଦେଲେ ବାପା କୁନା ମନ ଛନଛନ

ଦିନରାତି ଖାଲି ଟିଭି ପାଶେ ବସି ପାଠରେ ନଦେଲା ମନ |


କେତେବେଳେ କେଉଁ ସିରିଏଲ ହେବ ତାହାକୁ ଭଲରେ ଜଣା

ସ୍କୁଲରୁ କେଉଁବାଟେ ଖସିଆସେ ଗୁରୁଜୀ ଥାନ୍ତି ଅଜଣା |


ଆଇପିଏଲ କ୍ରିକେଟ ଖେଳ ହେଲେ ସାରା ରାତି ଉଜାଗର

ମହାଭାରତ କି ରାମାୟଣ ଦେଲେ ଦର୍କାର ନାହିଁ ଖାଦ୍ୟର |


ପିତା ମାତାଙ୍କର ଗେହ୍ଲା ପୁଅ ସିଏ ସବୁ ଆଦରର ଖଣି

ଆକଟ ଅଭାବ ଅତି ସ୍ନେହଭାବ ଅବାଟରେ ଧନମଣି |


ଯାତ୍ରା ନାଟ ଗୀତ ଅଶ୍ଳୀଳ ଚିତ୍ରକୁ ଧିରେ ଧିରେ ଆଦରିଲା

ବାପ ମାଆଙ୍କର ଅଜ୍ଞାତରେ ନଗ୍ନ ରମଣ ଦୃଶ୍ୟ ଦେଖିଲା |


ପରୀକ୍ଷା ଆସିଲା ଚିନ୍ତାଜ୍ଵର ହେଲା କିଛି ହେଲେ ପଢ଼ିନାହିଁ

ସାଙ୍ଗ ସାଥିମାନେ ଯାହା ପଚାରିଲେ ମୂକ ପରି ରହେ ଚାହିଁ |


ପରୀକ୍ଷା ଦିନରେ ମହାଭାରତର କର୍ଣ୍ଣବଧ ପର୍ବ ଥିଲା

ବସୁବସୁ ତାର ମନେ ପଡ଼ିଗଲା ଅଧାରୁ ଉଠିଆସିଲା |


ଗୁରୁଜୀ କହିଲେ କିଛି ଲେଖିନାହୁଁ ଖାତା ଦେଲୁଣି ଫେରାଇ

ଅତରଛ ଝାଡା ଲାଗିଲାଣି ଆଜ୍ଞା ପେଟ ମାରେ ଟାଇଁ ଟାଇଁ |


ପାଇଖାନା ଯାଅ କହନ୍ତେ କହିଲା ଘରକୁ ମୁଁ ଚାଲିଯିବି

ଡାକ୍ତର ସହିତ ପରାମର୍ଶ ହୋଇ ଶୀଘ୍ର ଔଷଧ ଖାଇବି |


ସମ୍ଭାଳି ହେଉନି ଅହୋ କି ଯନ୍ତ୍ରଣା ମିଛକହି ଚାଲିଗଲା

ମହାଭାରତର ଅଧା ସିରିଏଲ ଦେଖି ମନ ଖୁସି କଲା |


ପରୀକ୍ଷାରେ ଫେଲ ହେଲା ପରେ ବାପା କରିଲେ ଦୃଢ଼ ଆକଟ

ଦିନେ ହେଲେ ଆଉ ଟିଭି ଦେଖିବୁନି ଶୁଣି ହେଲା ଛଟପଟ |


ପାଠ ପଢ଼ା ଆଗ ଟିଭି ଦେଖା ପଛ ମନେ ରଖ ବାଳଗଣ

ଦୂରଦର୍ଶନରେ ବାଇଆ ହୋଇଲେ ପାଠ ନଷ୍ଟ ଅକାରଣ |


Rate this content
Log in