STORYMIRROR

Samita Swain

Inspirational

4  

Samita Swain

Inspirational

ପଞ୍ଚକ ବ୍ରତ ଆକାଶ ଦୀପ

ପଞ୍ଚକ ବ୍ରତ ଆକାଶ ଦୀପ

1 min
467

ଧାର୍ମିକ ଧାରାରେ ମହା କାର୍ତ୍ତିକରେ

ତର୍ପଣ ଓ ଅର୍ଘ୍ଯଦାନ

କରିଥାନ୍ତି ଲୋକେ ପୁଣ୍ଯତା ପ୍ରାପ୍ତିରେ

ପଞ୍ଚକ ବ୍ରତ ପାଳନ।।


କାର୍ତ୍ତିକ ହବିଷ ବଡଓଷା ଆଉ 

ରାଈ ଦାମୋଦର ବ୍ରତ

ପୂଜନ ,ସ୍ମରଣ ,ମନନ କରିଲେ

ଶାନ୍ତ ହୋଇଥାଏ ଚିତ୍ତ।।


ସକାଳେ କରନ୍ତି ବାଲୁକାର ପୂଜା

ସଂଧ୍ଯାରେ ଆକାଶ ଦୀପ

ପୂର୍ଣ୍ଣିମୀ ପ୍ରଭାତେ ଡଙ୍ଗାକୁ ଭସାଇ 

ଜଳେଇ ଘୃତ ପ୍ରଦୀପ।।


ଆ-କା-ମା-ବୈ କହି ପାନଗୁଆ ଥୋଇ

ଅତୀତ ସ୍ମୃତି ସଜେଇ

ଆମ ପରମ୍ପରା ଅସ୍ମିତା ଐତିହ 

ଉଜ୍ଜୀବିତ କରିଦେଇ।।


ମହା କାର୍ତ୍ତିକର ପୁଣ୍ଯ ପୂର୍ଣ୍ଣିମାରେ

ନୌବାଣିଜ୍ଯ କରବାରେ

ଶୁଭାରମ୍ଭ କରି ସାଧବ ବାହାରେ

ଜଳଯାତ୍ରା ଆଧାରରେ।।


ରୀତି ନିତି ସହ ପ୍ରଥା ପରମ୍ପରା 

ବାରମାସେ ତେର ଯାତ

ପ୍ରତି ଓଡିଆଙ୍କ ଭକ୍ତି ଭାବନାରେ

ହୃଦୟ ସହ ଜଡିତ।।


ଇତିହାସ ଗାଏ ଗୌରବର ଗାଥା

ସାଂସ୍କୃତିକ ମହତ୍ତ୍ଵର

ଆଧ୍ଯାତ୍ମିକ ଭାବ ଆଧାର ଦର୍ଶନ 

ରାସ ଲୀଳା ପ୍ରସଙ୍ଗର।।


ପୁଣ୍ଯ ପୀଠ ଏଇ ଉତ୍କଳର ଭୂଇଁ 

ବିମଣ୍ଡିତ ମହିମାରେ

ବୋଇତ ବନ୍ଦାଣ ସ୍ମରଣ ରଖିଛି 

କାହାଣୀ କିମ୍ବଦନ୍ତୀରେ।।


କାର୍ତ୍ତିକ ମାହାତ୍ମ୍ଯ ଦେବଦୀପ ଦାନ

ଭବ୍ଯ ଚିନ୍ତା ଚେତନାରେ

ଧର୍ମ ଏକା ସିନା ମହତ ପଣରେ

ଭକ୍ତି ପ୍ରେମ ପ୍ରାବଲ୍ୟରେ।।


ରାଧେ ଶ୍ଯାମ ନାମ ଭକ୍ତିର ଅନ୍ତରେ

ପୂର୍ଣ୍ଣ ସମର୍ପଣ ଭାବ

ଆତ୍ମାର ନିଳୟେ ଶ୍ରଦ୍ଧାର ଅର୍ପଣ 

ସଞ୍ଚିତ ପ୍ରାପ୍ତି ବିଭବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational