Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ବିବାହ

ବିବାହ

1 min
505


ଶୁଣିଥିଲି ଶୁଦ୍ଧ   ବିବାହ ସମ୍ବନ୍ଧ

   ସରଗରେ ହୁଏ ସ୍ଥିର

ଆଜି କିନ୍ତୁ ତାହା  ନରକର ରାହା

   ବିଡ଼ମ୍ବନା କି ବିଧିର |


ନାହିଁ ଯୋଗାଯୋଗ  ଜାତକ ସଂଯୋଗ

   ଆକସ୍ମିକ ପାଣିପାଗ

ଦାମିଆ ବାଉରୀ  ଝିଅକୁ ସଉରୀ

   ସାହୁ ପୁଅ ଗଉରାଙ୍ଗ |


ମଧୁ ନାଏକର  ପୁଅ ସହିତର

   ସାଧୁ ପୁରୋହିତ ଝିଅ

ଘରେ ଜଣା ନାହିଁ କଚେରୀରେଯାଇ

   ପଞ୍ଜିକୃତ ପରିଣୟ |


ଉଚ୍ଚ ଶିକ୍ଷା ଆଳେ ପଢ଼ୁ ଶିକ୍ଷା ଆଳେ

  ପ୍ରେମେ ବିବାହ ବନ୍ଧନ 

ଗୁରୁ ଗୁରୁଜନ  ଆତ୍ମୀୟ ସ୍ୱଜନ

   ଜାଣିବା ନିଷ୍ପ୍ରୟୋଜନ |


ପ୍ରେମ ସଜ୍ଞା ଆଜି କଳଙ୍କିତ ସାଜି

  ପଣ୍ୟ ଦ୍ରବ୍ୟ ବିକା କିଣା

ସତୀତ୍ୱ ରତନ  ପୁରାଣ କଥନ

   ବହୁଳ କେଳି ପ୍ରବୀଣା |


ବିବାହ ଯେମନ୍ତ ବିଚ୍ଛେଦ ତେମନ୍ତ

   ମନାନ୍ତର ମତାନ୍ତର

ଶତ ପ୍ରତିଶତ  ପ୍ରେମ ବିବାହତ

   ହେଉଅଛି ଅସଫଳ |


ପ୍ରେମ ପ୍ରୀତି ଧନ ଅମୂଲ୍ୟ ରତନ 

  ବିବାହ ତ ଯୁଗାନ୍ତର 

ଦମ୍ପତ୍ତି ସମ୍ପତ୍ତି  ପାଶରେ ନୃପତି

   ପଦବୀ ନିଉନତର |


ଦିବ୍ୟ ପ୍ରେମ କର  ପଶୁତ୍ୱ ସଂହର

   ନିଷ୍କଳଙ୍କ ବ୍ରତ ଧର

ବେଦୀରେ ବୈଦିକ ଅଉପଚାରିକ

   ପବିତ୍ରତା ରକ୍ଷାକର |


ଓଢ଼ଣା ମଥାର ସିନ୍ଦୂରର ଗାର

    କରଚୁଡ଼ି ମର୍ଯ୍ୟାଦାର

ହିନ୍ଦୁତ୍ବ ଆଚରି ପାଶ୍ଚାତ୍ୟ ନିବାରି

   ହୁଅ ନାରୀ ଆଗୁସାର |


Rate this content
Log in