STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

କାର୍ତ୍ତିକ

କାର୍ତ୍ତିକ

1 min
420


ପବିତ୍ର ମାସ ଯେ କାର୍ତ୍ତିକ 

'କାର' ଅତି ଅଟେ ପାଞ୍ଚ 'କ' 

'କ' ର ଅର୍ଥ ଅଟଇ 'ଜଳ' 

ଜଳ ଯାତ୍ରାର ଅନୁକୂଳ 

'କ' ର ଅର୍ଥ ଅଟଇ ମସ୍ତକ 

ସାଧବ ଉତ୍କଳ ସନ୍ତକ

 ଜାଭା ବୋର୍ଣ୍ଣିଓ ଦ୍ୱୀପେ ଯାଇ

 ଉତ୍କଳ ମସ୍ତକ ଉଠାଇ

 ବାଣିଜ୍ୟେ ସେ ନିପୁଣ ହୋଇ

 ଆଣିଛି ଧନ ରତ୍ନ ବୋହି 

ନୌବାଣିଜ୍ୟର ପରମ୍ପରା 

ଉତ୍କଳ ନାମ ବିଶ୍ୱ ସାରା

 ସାଧବ ପୁଅ ବୀର ଗାଥା 

ଟେକଇ ଉତ୍କଳୀୟ ମଥା 

ଏ ମାସ ପୂର୍ଣ୍ଣମୀର ଦିନ 

କରଇ ବୋଇତ ବନ୍ଦାଣ 

ଉଜ୍ଜୀବିତ ଯେ କରିବାକୁ 

ଉତ୍କଳର ସେ ଐତିହ୍ୟକୁ | |


ଏ ମାସ ଅଟେ ଧର୍ମ ମାସ - 

କରିବା ପଞ୍ଚ 'କାର' ନାଶ 

ପ୍ରଥମ 'କାର' ଅଟେ ‘କାମ'

 କାମନା ହେଉ ବିଭୁ ନାମ 

ସ୍ୱାର୍ଥୀୟ କାମନା ବିନାଶ 

କରିବ ଦୁଃଖର ବିନାଶ ||


 ଦ୍ୱିତୀୟ 'କାର' ଅଟେ 'କ୍ରୋଧ

 ମଣିଷକୁ କରଇ ଗଧ 

କ୍ରୋଧରେ ହୋଇ ନର ଅନ୍ଧ 

ନାରକୀୟ କାଣ୍ଡେ ପ୍ରବନ୍ଧ

 ଭୁଲଇ ହିତାହିତ ଜ୍ଞାନ 

କ୍ରୋଧରେ ହୁଅଇ ଅଜ୍ଞାନ 

କରଇ ସେ କୁକର୍ମ ମାନ

କାର୍ତ୍ତିକେ ହେବା କ୍ରୋଧ ଶୂନ୍ୟ

କରି ଇଶ୍ୱର ଆରାଧନ ||

ତୃତୀୟ 'କ' 'କାର' କପଟ


କାର୍ତ୍ତିକେ ନକରି ପ୍ରକଟ

ବିଭୁ ନାମର ସଂକୀର୍ତ୍ତନ

ତେଜି କପଟ ଆଚରଣ

ଛନ୍ଦ କପଟ ପରିହରି

ପରର କଲ୍ୟାଣ ବିଚାରି

କାମ କ୍ରୋଧରୁ ଦୂରେ ରହି

ଜୀବନେ ନିଷ୍କପଟ ହୋଇ

ଜୀଇଁଲେ ଧରାରେ ଜୀବନ

ପୃଥବୀ ସରଗ ସମାନ ||


ଚତୁର୍ଥ 'କ' କାର କଳହ

 ସ୍ୱାର୍ଥାନ୍ଧ କରେ ଅହରହ,


କଳହ କାଳର ଅଶାନ୍ତି 

ସର୍ଜନା କରେ ମନେ ଭ୍ରାନ୍ତି,

ଶତ୍ରୁତା ମନରେ ଜଗାଇ

ନାରକୀୟ କାଣ୍ଡ ଭିଆଇ,

ସଂସାର ଦିଏ ଉଜୁଡାଇ

କଳହ ଆବିର୍ଭୂତ ହୋଇ ||


କାର୍ତ୍ତିକେ କର ସର୍ବେ ପଣ

 କଳହ ବିବର୍ଜିତ ମନ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ଶାନ୍ତି ଓ ମୈତ୍ରୀର ଜୀବନ

ବିଶ୍ୱକୁ କୁଟୁମ୍ବ ଭାବିଣ

ହୋଇବା ସର୍ବେ ବିଶ୍ୱପ୍ରାଣ ||


ପଞ୍ଚମ 'କ' ‘କାର' କଳଙ୍କ 

ଆଣନ୍ତି ଚାରି 'କାର' ଯାକ ,

ପୂର୍ବୋକ୍ତ ଚାରି କାର' ଜାଣ

‘କଳଙ୍କର ଭିତ୍ତି ସ୍ଥାପନ,

ନରକୁ କରି କଳଙ୍କିତ 

ସଂସାରେ କରନ୍ତି ନିନ୍ଦିତ,

କଳଙ୍କ ଠାରୁ ଦୂରେ ରହି

ଜୀବନ ବିତାଇବା ପାଇଁ,

ଜୀଇଁବା ସାତ୍ତ୍ୱିକ ଜୀବନ

କରିଣ ବିଶ୍ୱର କଲ୍ୟାଣ


ପଞ୍ଚ 'କାର’ର ବିବର୍ଜନ

କରିବା ସତ୍କର୍ମ ଚିନ୍ତନ

ବିଭୁ ନାମର ସଂକୀର୍ତ୍ତନ

କରି ପବିତ୍ର ମନପ୍ରାଣ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational