ସମୟ ଶ୍ରେଷ୍ଠ ବିଚାରକ
ସମୟ ଶ୍ରେଷ୍ଠ ବିଚାରକ
ସମୟ ହେ ତୁମେ ଶ୍ରେଷ୍ଠ ବିଚାରକ
ନିରବରେ ଦେଖୁଥାଅ
ପରଖି ନିରେଖି ବିଚାର କର ହେ
ତୁମକୁ ଶତପ୍ରଣାମ।
ଯିଏ ବୁଝିଯାଏ ତୁମରି ମୂଲ୍ୟକୁ
କରେ ସଦ୍ଉପଯୋଗ
ମୁକୁଟ ପିନ୍ଧାଅ ତାହାକୁ ତୁମେ ହେ
ସମୟର ରାଜଯୋଗ।
ନିନ୍ଦା ଉପହାସ ତାତ୍ସଲ୍ୟ ଯେ କରେ
ଦେଖି ନିରିମାଖି ଜନ
ସମୟଟା ପୁଣି କଡ ଲେଉଟାଏ
ଫେରେ ହୋଇ ଦଶଗୁଣ।
ଯାହା ତୁମେ ଦେବ ତାହା ତ ପାଇବ
ବିଧିର ଏ ଯେ ବିଧାନ
ସମ୍ମାନ ଅନ୍ୟକୁ ଦେବ ଯେବେ ତୁମେ
ପାଇବ ନିଶ୍ଚେ ସମ୍ମାନ।
ଛଳନା କପଟ କା'ସାଥେ କରିଲେ
ତୁମକୁ ମିଳିବ ତାହା
ସବୁ ଦେଖି ଶୁଣି ଅନ୍ୟାୟ କରିଲେ
କେହି ନ କରିବେ ଆହା।
ବିଶ୍ବାସରେ ଯେବେ ବିଷ ଦେବ ତୁମେ
ନିଜେ ହେବ ଛଟପଟ
ଠକିବାକୁ ଯାଇ ନିଜେ ଠକିଯିବ
ସମୟର ହାତବଡ।
ଦିନଯାଏ ସରି ସମୟ ରହେନା
ପଦଚିହ୍ନ ରହିଯାଏ
ସେଇ ପଦଚିହ୍ନ ଇତିହାସ ଲେଖା
କାହାଣୀଟିଏ ସେ ହୁଏ।