STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ପରାଧୀନତାର ସ୍ୱାଦକୁ କିଏ ଚଖାଇଲା

ପରାଧୀନତାର ସ୍ୱାଦକୁ କିଏ ଚଖାଇଲା

1 min
537


ଆପଣା ଦେଶ, ଆପଣା ରାଜ୍ୟ ଗ୍ରାମ ଓ 

ଆପଣାର ଯିଏ

ସବୁ କଥା ତାହାର ଆମକୁ ତ ଅତୀବ

ସୁନ୍ଦର ଦିଶୁ ଥାଏ ।


ଦେଶହିତର ତଣ୍ଟି ଚିପିବା ନାହିଁ, ଏହା 

ସମସ୍ତେ ଚାହାନ୍ତି

ଦେଶ ଉନ୍ନତି ପାଇଁ ସମସ୍ତେ ମନେ ମନେ 

ଚିନ୍ତିତ ଥାଆନ୍ତି ।


କିଏ କଅଣ ସତରେ ଚାହିଁବ କଣା କରିବାକୁ 

ନିଜର ଖାଇବା ଥାଳି?

ନିଜର ଖାଇବା ଥାଳି କଣା ହୋଇଗଲେ ମନେ 

ହୁଅନ୍ତିନିକି ଭାଳି ।


ଜାଣିଛେ, ଲିଚୁରେ ଆକର୍ଷଣ ହୋଇ କୀଟ ଘରକୁ 

ପ୍ରବେଶ କରେ,

ଜାଣି ଜାଣି ଆମେ, ମାଟି ଦୀପ ଛାଡି ସଜାଉନୁକି

ନିଜ ଘରେ?


ଦେଶର ସଂଘତି ଓ ସ୍ୱାଧୀନତା ରହୁ ସର୍ବଦା ଅକ୍ଷୁର୍ଣ, 

ସମସ୍ତଂକ ମନ ଚାହେଁ

ଦେଶର ସମ୍ପତି ରହୁ ତ ଦେଶରେ ଆମେ ସମସ୍ତେ 

ପରା ଚାହୁଁ ଥାଏ ।


ଇତିହାସ ପୃଷ୍ଠାକୁ ଖୋଲିଲେ ଦେଖିବା ସର୍ବେ, 

ପରାଧୀନତା ହେଲା

ପ୍ରଶ୍ନ କରିଛକି କେବେ, ପରାଧୀନତାର ସ୍ୱାଦକୁ

କିଏ ଚଖାଇଲା?


ଭିନ୍ନ ଭିନ୍ନ ଭାବେ ଦେଶହିତ କଥା ଲେଖା ତ ହୋଇଛି 

ଆମ ପୁରାଣ ପୋଥିରେ 

ଭୁଲିନେକି ଆମେ ଶାସ୍ତ୍ର ବାକ୍ୟ ସବୁ ନିଜ ନିହିତ 

ସ୍ୱାର୍ଥର ଲାଳସାରେ?


ସମ୍ବିଧାନର ମୁଖବନ୍ଧରେ ସାର୍ବଭୌମ ଓ ସଂହତି 

ରକ୍ଷାର ଶପଥ ନେଇଛେ

କୁହ କେତେଜଣ ସେହି କର୍ତ୍ତବ୍ୟକୁ ଆମେ ଅନ୍ତର 

ଭିତରୁ ପାଳନ କରୁଛେ?


ନିଜର ଅଣ୍ଟିରେ ନିଆଁକୁ ପୁରାଇଲେ, ଦେହ ଜଳିବ 

ତ ନିଶ୍ଚିତ ଜଳିବ

ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ଥିଲା, କଳି ଯୁଗରେ 

ଏହା ହେବ, କହିଲେ କଅଣ ପାଇବ?



Rate this content
Log in

Similar oriya poem from Inspirational