Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

2.7  

Kalandi pal

Inspirational

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
576



ସୀତାକାନ୍ତ ଶରେ ହତ ଲଙ୍କେ ରାବଣ ଦଇତ

    ସତୀ ସୀତା ଅପୂର୍ବ ମିଳନ ଆଗତ

ସଙ୍ଗେ ମର୍ଯ୍ୟାଦା ପୁରୁଷ ଅଯୋଧ୍ୟା ଭାଗ୍ୟ ଭବିଷ୍ୟ

    ଶୁଭ ଅମାବାସ୍ୟା ତିଥି ସର୍ବେ ଉସତ

     ସର୍ବ ପୁରେ ବତୀ ଆସରେ

ଶୁଭ ଦୀପାବଳି ନାମେ ଖ୍ୟାତ ସଂସାରେ ।


ସତେ ନୂଆ ସୂର୍ଯ୍ୟଦେବ ଅଯୋଧ୍ୟାରେ ଆବିର୍ଭାବ

    ସର୍ବ ପ୍ରାଣ ପୁଲକିତ ଅତି ଆନନ୍ଦେ

ଶୋଭାବନ ପଲ୍ଲିପୁରେ ଭକତି ଅମୃତ ଝରେ

    ସାଗର ପରାଏ ଖୁସି ଲହରୀ ନାଦେ

    ସ୍ୱର୍ଗ ସମ ଅଯୋଧ୍ୟା ପୁରୀ

ସମର୍ପିତ ପ୍ରଭୁ ପାଦେ ତୁଟାଇ ଶିରୀ ।


ଶରଣ ପୂର୍ବପୁରୁଷେ ଦୀପାବଳି ଅମାବାସ୍ୟେ

    ଶିକ୍ଷା ଅଗ୍ନି ପ୍ରଦୀପର ଆଲୋକ ପଥ

ସନ୍ତୁଷ୍ଟେ ପୂର୍ବପୁରୁଷ ଆଶୀର୍ବାଦ ପରକାଶ

    ସଂସାର ଜୀବନ ପଥ ହୁଏ ସୁପଥ

    ସର୍ବ ଗୃହେ ଆଲୋକ ବତୀ

ସୁଶୋଭିତ ହୋଇ ଉଠେ ଧରିତ୍ରୀ ଛାତି ।


ସରବ ମଙ୍ଗଳକାରୀ କାଳୀ ମାତା ଅବତରି

    ଶ୍ମଶାନ ବାସିନୀ ଛିନ୍ନ ମସ୍ତକ ଶୋହେ

ସମ୍ବତ୍ସରେ ତ ସଂସ୍ଥାନ ସଂସ୍ଥାପନା ସଂରାଧନ

    ଶାଶ୍ୱତ ଶ୍ରେୟାନ ପଥ ଜୀବନ ବହେ

    ଶୁଭ ଦୀପାବଳି ଆସରେ

ସନ୍ତୁଷ୍ଟ ଲଭନ୍ତି ଦେବୀ କେତେ ବିଧିରେ ।



Rate this content
Log in

Similar oriya poem from Inspirational