STORYMIRROR

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ହେ ବିଦାୟୀ ଶୀତର ସକାଳ

ହେ ବିଦାୟୀ ଶୀତର ସକାଳ

2 mins
213


ହେ ବିଦାୟୀ ଶୀତର ସକାଳ

ତୁମେ ହଜିଯାଅ

ମୋ ଆଈ ବୁଢୀର

ଧୁଡୁ ଧୁଡୁ ଲୋଳିତ ଚର୍ମରେ

ସଦ୍ୟ ସମାଜକୁ ଆସିଥିବା

ବାଲ୍ୟ ବିଧବାର 

ଦରହସା ଶୁଖିଲା ଓଠରେ

ସନ୍ତାନହୀନା ପ୍ରୌଢାର

ଦରଭିଜା ଆଖି କୋରଡରେ

ଦରଫୁଟା କୋମଳ ମତି

ଧର୍ଷିତା ନାବାଳିକାର

କରୁଣ ସ୍ବରରେ

ପଞ୍ଝେ ଛୁଆ ଜନ୍ମ କରି

ଭଙ୍ଗା ଘୁଡି ତଳେ ଶୋଇଥିବା

ବୁଳା କୁତିର ଯନ୍ତ୍ରଣା ଭିତରେ ।


ହେ ବିଦାୟୀ ଶୀତର ସକାଳ

ତୁମର ଶୀତୁଆ 

ଶିଶିର ବର୍ଷାରେ ବସି

ଭଜନ ଗାଇଲେ

ଅବା ସଂକୀର୍ତ୍ତନ କଲେ

ବରଫ ପାଲଟି ଯାଏ

ପାଷାଣ ଠୁ କଠିନ

ଅଭିଯୋଗ କାହା ବିରୁଦ୍ଧରେ

ତେବେ କ'ଣ ଅଭିଯୋଗ

ଏ ସମାଜର ଅତ୍ୟାଚାରୀ, ଲମ୍ପଟ

ନିଶାଗ୍ରସ୍ତ, ଆତତାୟୀ ବିରୋଧରେ ।


ହେ ବିଦାୟୀ ଶୀତର ସକାଳ

ଏଠି ଆଖି ଥାଉ ଥାଉ 

ଅନ୍ଧ ପ୍ରଶାସକ

ନୀରବଦ୍ରଷ୍ଟା ପ୍ରଶାସନ

ମୁକ ଏ ଜନତା

ସ୍ଥିର ହୁଏ ପୃଥିବୀ

ଲୁଚିଯାଏ ସୂର୍ଯ୍ୟ

ଆଉ ତାରାମାନେ ବନ୍ଦୀ

ଅମାବାସ୍ୟାର ନିବଡ ଅନ୍ଧାର ରେ

ଜହ୍ନ ଆଜି ଗଣୁଛି ପ୍ରମାଦ ।


ହେ ବିଦାୟୀ ଶୀତର ସକାଳ

ଶହ ଶହ ଧରମାର ଶବ

ସଢିଯାଏ ସଞ୍ଜ ସକାଳରେ

ମୁଠାଏ ଖାଇବା ପାଇଁ

ଦିନ ସାରା ଖଟେ ଭୋଜନାଳୟ ର

ଅଇଁଠା ପତ୍ର ଫିଙ୍ଗିବା 

ପଛ ପଟେ ଥିବା ଖତ ର ଗଦାରେ ।


ହେ ବିଦାୟୀ ଶୀତର ସକାଳ

କୃଷକଟା ପାଏ ନାହିଁ

ଖଟିବାର ମୂଲ

ସାହୁକାରର ଋଣର ବୋଝ

ଲଦି ହୁଏ ତାହାରି ମୁଣ୍ଡରେ

ଋଣ ସୁଝି ନ ପାରି

ଆତ୍ମହତ୍ୟା କରେ ଦିନ ଦ୍ବିପହରେ ।


ହେ ବିଦାୟୀ ଶୀତର ସକାଳ

ପ୍ରଦୁଷିତ ଏ ବାୟୁମଣ୍ଡଳ

ନେତାଙ୍କର କଣ୍ଠଫଟା ଭାଷଣ

ଡ଼ାକବାଜି ଯନ୍ତ୍ରର ବିକଟ ଚିତ୍କାର

ଖାଲି ଯୋଜନାରେ ପୂର୍ଣ୍ଣ

ଅସରନ୍ତି ଶୁଆଶାରୀ କାହାଣୀମାଳା

କାକୁଡି ଛୁରୀ ସବୁ ତ ତାଙ୍କର

କୁଜି ନେତାଙ୍କ ଜୟ ଜୟକାର

ତେଳିଆଙ୍କ କୁଟିଳ ହସ

ରାସ୍ତାରେ ଭଡାଟିଆ ଜନତାଙ୍କ

ଧୂଳି ଧୂସରିତ ବାୟୁମଣ୍ଡଳ ।


ହେ ବିଦାୟୀ ଶୀତର ସକାଳ

ପ୍ରେମ ଏଠି ମୂଲ୍ୟହୀନ

ଶସ୍ତା ହୁଏ ଶ୍ବାଶତ ବନ୍ଧନ

ପଶୁ ଭଲି ବିଚ ରାସ୍ତା ରେ

ବିକ୍ରି ହୁଏ ଦୈହିକ ଯୌବନ

ଏଠି ଆରମ୍ଭ ହୁଏ

ଭାତୃଭଗ୍ନୀ ଭାବ

ଶେଷ ହୁଏ ଦୈହିକ ମନ୍ଥନ

ପରକ୍ରିୟା ପ୍ରିତୀ ରେ

ବଦଳି ଯାଏ ସ୍ବାମୀ ସ୍ତ୍ରୀ ର ବନ୍ଧନ

ମିଛ ହୁଏ ବେଦୀ, ହୋମ

ବ୍ରାହ୍ମଣର ଶ୍ଳୋକ ।


ହେ ବିଦାୟୀ ଶୀତର ସକାଳ

ବେଳେବେଳେ ପ୍ରକୃତ ଭଗ୍ନୀ ସ୍ନେହ

ମିଛ ହୁଏ ସମାଜର ସନ୍ଦେହୀ ଚକ୍ଷୁରେ

ପ୍ରେମର ଅର୍ଥ ନ ବୁଝୁଣୁ

ଏ ସମାଜ ସଜାଇ ଦିଏ

ଦୈହିକ ସମ୍ପର୍କ, ଲମ୍ପଟ, ଚରିତ୍ର ହୀନ

ମଦ୍ୟପ, ମିଛୁଆଙ୍କ ସାକ୍ଷୀ ସ୍ବାକ୍ଷରରେ ।


ହେ ବିଦାୟୀ ଶୀତର ସକାଳ

ପରିଚୟ ଦେବାକୁ ବି ଲାଜ

ତୁମ ସ୍ମୃତି ଧୁଆଁ ହୋଇଯିବ

ଏ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ

ବସିଥିବା କୌରବ ସଭାରେ

ମିଛ ହେବ

କୃଷ୍ଣା ଦୌପଦୀ ର ଅତୁଟ ବନ୍ଧନ

ଭାତୃ ଭଗ୍ନୀ ସ୍ନେହ

ମାତୃତ୍ୱ ର ସ୍ୱର୍ଗୀୟ ସମ୍ପର୍କ ।


ହେ ବିଦାୟୀ ଶୀତର ସକାଳ

ତୁମେ ନିଷ୍ପେସିତ ହୋଇ ଗଲ

ହଳଦିଆ ସମାଜ ଭିତରେ

କୁତ୍ସିତ ବାୟୁର ଜ୍ବାଳାରେ

ବିଷମୟ ହୋଇଗଲ

ମଣିଷଙ୍କ ଦୂଷିତ ବାୟୁରେ

ଛଟପଟ ହୋଇଗଲ

ଆଧୁନିକ ସଭ୍ୟତା ଭିତରେ ।


ହେ ବିଦାୟୀ ଶୀତର ସକାଳ

କହି ତ ହେଉନି ବନ୍ଧୁ

ନୀରବରେ ଜଣାଏ ମୋ

ଜଳୁଥିବା କୋହ ତୁମ ପାଖେ

ଯଦି ଯିବ ଯାଅ ବନ୍ଧୁ

ଏ ସମାଜକୁ କହିଦେଇ ଯାଅ

ଅନ୍ଧାରୀ କାମ ଭିତରେ

ଆଲୋକ ଟିକିଲି ମାରୁଛି

ସୂର୍ଯ୍ୟାଲୋକ ଆସିଯିବ

ଅନ୍ଧାର ବି ହେବ

ତୁମେ ଆଲୋକ ଭିତରେ

ଅନ୍ଧାର ର ସତ୍ତା ଖୋଜୁଥିବ

ସତ୍ୟ ଆସିବ ହିଁ ଆସିବ

ତୁମେ ଧରାପଡିଯିବ

ତୁମ ଶବ ସେମିତି

ନର୍ଦ୍ଦମାରେ ପଡିଥିବ

କୁକୁର ବିଲୁଆ ମଧ୍ୟ ଛୁଇବେନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational