Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

ହେ ଆନନ୍ଦମୟ (୩ଭାଗ)

ହେ ଆନନ୍ଦମୟ (୩ଭାଗ)

1 min
8



ଫିଟାଇଣ ଦିଅ  ଏଭବ ବନ୍ଧନ

   ମିଟାଇ ସକଳ ଦୋଷ,

ତୁଟାଇଣ ଦିଅ  ଏ ଭବ ଯାତନା

  କଟାଇ ସକଳ ରୋଷ.ହେ

     ରଟି ତୋହରି ନାମ,

 ତୁଟିଯାଉ କଳୁଷ ଦୂଷଣ.ହେ।୧୪।

ଈର୍ଷା ଭାବ ଅଟେ   ଅତି ଭୟଙ୍କର

    ତେଜିବ ତାକୁ ତୁରିତ

ଷଡ଼ ରିପୁଠାରୁ  ବଳି ବଳୀୟାନ

   ଆଗ ଦହେ ନିଜ ଗାତ୍ର.ହେ

     ସାଧୁ ମନରେ ହେଜ,

ଦହିଦେବ ଧୈର୍ଯ୍ୟ,ଓଜ,ତେଜ.ହେ।୧୫।

ସତ୍ୟ, ଶାନ୍ତି, ଦୟା   କ୍ଷମା ଗୁଣ ବଳେ

     ମହୀରେ ହେବ ମହାନ,                   

ସତ୍ୟେ ରଖି ଲୟ   ଜୀବେ ଦୟା କରି

    ଶାନ୍ତିରେ କଟାଅ ଦିନ.ହେ

       ସ୍ମରି ଦୟାସାଗର

   ପ୍ରଭୁ ମହିମା ଅପାରମ୍ପାର.ହେ।୧୬।

ଦଣ୍ଡିବାର ଗୁଣ      ଯାହାଠାରେ ଥାଏ

      ସେ ଏକା କ୍ଷମା ଭୂଷଣ

 ସେହି କ୍ଷମା ବଳେ  ଜିଣିପାରେ ହେଳେ

      ସବୁରି ପରାଣ ମନ.ହେ

       ପ୍ରଭୁ ହେ ଦଣ୍ଡଧାରୀ

  ତୁମେ ଦୀନବନ୍ଧୁ ଦଇତାରି.ହେ।୧୭।

ଆହେ ବିଶ୍ଵମୟ      ତୁମେ କୃପାମୟ 

        ମଙ୍ଗଳମୟ ମୂରତି, 

ହେ କରୁଣାମୟ     ତବ ହାତେ ଗଢ଼ା

     ଏ ଶୋଭାମୟ ଜଗତ.ହେ

       ସର୍ବମୟ କରତା,

   ଅଟ ସବୁରି ଭାଗ୍ୟବିଧାତା.ହେ।୧୮।

ଆହେ ସତ୍ୟସନ୍ଧ     ପ୍ରଭୁ ସତ୍ୟପ୍ରିୟ

       ଅଟ ସତ୍ୟ ସନାତନ,

 ତୁମେ ସତ୍ୟ ଶିବ      ସୁନ୍ଦର ହେ ପ୍ରଭୁ

      ସତ୍ୟ ପଥର ଭୂଷଣ.ହେ

        ରଖ ସତ୍ୟରେ ଲୟ,

    ସବୁକାଳେ ସତ୍ୟର ବିଜୟ.ହେ।୧୯।

 ଦୟାମୟ ହରି       ଦୟାର ସାଗର

       ଦୀନଦୟାଳୁ ଆପଣ

 ଦୀନ ଘନଶ୍ୟାମ      ପଶଇ ଶରଣ

      ଶ୍ରୀଚରଣେ ଦିଅ ସ୍ଥାନ.ହେ

        ପଦେ କରଇ ଅଳି,

  ପ୍ରଭୁ ପାଶେ ନିଅ ମୋତେ ତୋଳି.ହେ।୨୦।


Rate this content
Log in

Similar oriya poem from Abstract