ହେ ଆନନ୍ଦ ମୟ ଭାଗ -୧
ହେ ଆନନ୍ଦ ମୟ ଭାଗ -୧


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ରହିଅଛି ଏ ସଂସାରେ
ଧନ୍ୟ ମହାପ୍ରଭୁ କରୁଣା ସାଗର
ଶରଣ ତୋ ଚରଣରେ l
କାହାକୁ ହସାଅ କାହାକୁ କନ୍ଦାଅ
ତୁମ ଆଖି ଇସାରାରେ
ଜୟ ପରାଜୟ କିଏ କେବେ ପାଏ
ତୁମ ଆଙ୍ଗୁଳି ନାଚରେ l
ରେଶମ ଶେଯରେ ଶୋଇଅଛି କିଏ
କିଏ ଶୁଏ ରାସ୍ତା କଡ଼େ
ଆପଡ଼ା ଖାବଡ଼ା ରାସ୍ତାର ଉପରେ
ଲକ୍ଷ ପାଇଁ ଉଠି ପଡ଼େ l
ଆଶା ଓ ନିରାଶା ପରସ ଭିତରେ
ଦୁଢ କର ମନୋବଳ
ଆଗ ପଛ ଦେଖି &nb
sp;ଚାଲ ମହାରଥୀ
ଭର ଶତସିଂହ ବଳ l
ଭାଷା ମୋ ଜନନୀ ସଭ୍ୟତା ମୋ ପ୍ରାଣ
ସଂସ୍କୃତି ମୋହର ମନ୍ତ୍ର
ବିଶ୍ୱ ଭ୍ରାତୃତ୍ୱର ପବିତ୍ର ଯଜ୍ଞରେ
ସ୍ବଦେଶୀ ହେଉଛି ତନ୍ତ୍ର l
ପରସୁଛୁ ଆମ ପୂଜାର ସମ୍ଭାର
ତୁମ ସେବାର ବେଦିରେ
ଧନ୍ୟ ହେଉ ପ୍ରଭୁ ଜୀବନ ଆମର
ପୂଜୁଁ ଶ୍ରଦ୍ଧା ସୁମନରେ l
ହେ ଆନନ୍ଦ ମୟ! ସୁଧା ଝରୁଥାଉ
ତୁମ ହୃଦୟ ମନ୍ଦିରୁ
ପବିତ୍ର ମହୀରୁ ଦୁଃଖ ଦୂର ହେଉ
ପ୍ରଣାମ କରୁଛୁ ଦୂରୁ l