STORYMIRROR

Dharitri Das

Children

2  

Dharitri Das

Children

ହାଟ

ହାଟ

1 min
10


ପ୍ରତି ଗ୍ରାମେ ହୁଏ ସାପ୍ତାହିକ ହାଟ

ନାନାଜାତି ପଣ୍ୟ ହୁଏ ଏକଜୁଟ।

ବାଡ଼ି ବଗିଚାର ଫସଲକୁ ନେଇ

ସୁବିଧାରେ ବିକ୍ରି କରେ ଚାଷୀ ଭାଇ।

ବିକ୍ରି ପରେ ପୁଣି କିଣିଥାଏ ସେଇ

ଦରକାରୀ ଚିଜ ନିଜ ଘର ପାଇଁ।

ପନି ପରିବା ଗ୍ରସରି ଲୁଗା ପଟାଠୁ

ଆରମ୍ଭ କରି ଗାଈ ଗୋରୁ ମିଳେ ଏଠୁ।

ମାଛ ହାଟେ ମାଛ ଓ ଶୁଖୁଆ ମିଳେ

କିଣିଥାନ୍ତି ଜନେ ଯାଇ ପୁଳେ ପୁଳେ।

ଦିନେ ଆମ ଅଜା ଯାଇଥିଲେ ହାଟ

ଆଈ ବୁଢ଼ୀ ଚାହିଁ ରହିଥିଲା ବାଟ।

କହିଥିଲେ ଅଜା ଆଣିବେ ଆଇଁସ

ମସଲା ବାଟିଲେ ଆଈ ହୋଇ ହରଷ।

ହାଟେ ବୁଲୁ ବୁଲୁ ଅଜା ଭୁଲିଗଲେ

ପନିପରିବା ଧରି ଘରକୁ ଫେରିଲେ।

ଆଇଁସ ନ ଦେଖି ଆଈ ହେଲେ ଖପା

ଏତିକି ବେଳେ ପହଁଚି ଗଲେ ଅପା,

ଘରେ ପଶୁ ପଶୁ ଅପା କହୁଥିଲେ

ତୁଚ୍ଛାଟାରେ କିଆଁ ହାଟ ବସାଇଲେ।

କାହିଁ ପାଇଁ ଶୁନ ଘରେ ଭୂତ କଳି

ଆଇଁସ ଆଣିଦେବି ମୁଁ ଆରପାଳି।

ସବୁଶୁଣି ମୁଁହିଁ ପଚାରିଲି ଅପା

କିଛି ପଚାରିବି ନ ହୋଇଲେ ଖପା।

ନାହିଁରେ ନାହିଁ ହେବି ନାହିଁ ମୁଁ ଖପା

କଣ ପଚାରିବ ପଚାରରେ ବାପା।

ସାପ୍ତାହିକ ହାଟ ଜାଣି ଅଛି ମୁହିଁ

ଘରେ ହାଟ ବସିବାଟା ଜାଣେ ନାହିଁ।

ଶୁଣୁ ଶୁଣୁ ଅପା କହିଲେ ବୁଝାଇ

ଜୋରରେ ପାଟିକୁ ହାଟ ବୋଲି କହି।

କୁନା ମୁନା ଓ ଟୁନା ଶୁଣରେ ଶୁଣ

ଦୁଇ ପ୍ରକାର ହାଟ ଏଥିରୁ ଜାଣ।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children