ହାଟ
ହାଟ


ହାଟ ବସିଛି ଏଇଠି
ଖୋଲା ହାଟ ,
ଭଳି କି ଭଳି ଚିଜ ମିଳେ ହାତ ପାଖରେ .....।
ହାଟ ଏଇଠି ମିଛୁଆମାନଙ୍କର,
ସତ ଏଇଠି ବିକ୍ରି ହୁଏ
ଭାରି କମ୍ ଦାମରେ ,
ସତର ପାଖେ ଛିଡ଼ା ହେବାକୁ
ସେ ଚୋରମାନଙ୍କୁ ଭାରି ଡର ,
ଘର କଣରେ ଲୁଚି ରହିଯାଏ ତାଙ୍କ ଦେହ ....।
ହାଟ ବସିଛି ଅମାନବିକତାର ,
ମଣିଷ ପଣିଆ ନିଲାମ ହେଇଯାଏ
ବିନା ମୂଲ୍ୟରେ ......।
ହାଟ ବସିଛି
କିଛି କିଣା ଚାମଚାଙ୍କର ,
ବ୍ୟକ୍ତିତ୍ଵକୁ ବନ୍ଧା ପକେଇ
କିଣନ୍ତି ମିଛି ମିଛିକା ଖୁସିକୁ ....।
ହାଟ ବସିଛି ସ୍ୱାର୍ଥପରଙ୍କର ,
ନିଃସ୍ୱାର୍ଥରତା ଏଇଠି
ନାଲି ଗୋଡି ସହ ଚକଟା ହେଇଯାଏ .....।
ଏ ହାଟରେ ପାଦ ବି ପକେଇବା
ଭାରି ଡର....,
ଦୂରରୁ କୋଟି ଦଣ୍ଡବତ ସେ ହାଟକୁ ...।