STORYMIRROR

Padmaja Saran

Tragedy

4  

Padmaja Saran

Tragedy

ହାତଛାଡି ଯାଇଥିବା ଲୋକ

ହାତଛାଡି ଯାଇଥିବା ଲୋକ

1 min
176

ଯିଏ ହାତ ଛାଡି

ବାଟଭାଙ୍ଗି

ଅଧାରାସ୍ତାରୁ

ଚାଲିଯାଏ

ତାକୁ ଏତିକି କଥା

କହିବାକୁ ଅଛି -

ଯିବାକୁ ମନା ନାହିଁ

ଖାଲି ଛାଡ଼ି ଯାଇଥିବା

ପୃଥିବୀକୁ ଥରେ ଫେରି ଚାହିଁ

ଖୁସିରେ ରହ..........

କିଏ ନେହୁରା ହେଉଥିଲା

ସଜେଇବାକୁ ସଂସାର ?

କିଏ ବାଧ୍ୟ କରୁଥିଲା

ରାତି ରାତି ଅନିଦ୍ରା ରହି

ଗପିବାକୁ ସ୍ଵପ୍ନ କଥା

ଛିଃ....

ଠକିବାକୁ ଲୋକ ମିଳେନା......

ନିଜ ହାତରେ ଉଜାଡି ଦିଅ ନିଜ ସ୍ଵପ୍ନ

ଦେଖ କେତେ ଆକୁଳ

କେଇ ଯୋଡା ଆଖି

କେତେ ବିକଳ ଗୋଟେ ନିର୍ଭରଶୀଳତା

ଭାବୁଛ ସେଠି ଭଲରେ ରହିବ ??

ରୁହ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy