STORYMIRROR

Santosh Mishra

Tragedy

2  

Santosh Mishra

Tragedy

ହାତ

ହାତ

1 min
333

ପ୍ରାତଃ ଭ୍ରମଣରେ ବୁଲି ବାହାରିଲି

ଫୁଲ ତୋଳୁଥିଲି ପର ଠାରୁ ବାଡ଼ିରୁ,

ଏ ଆଖି ଦେଖିଲା ଝରକାକୁ ଖୋଲି

ଲମ୍ବେଇ ଦେଇଛି ହାତ ଭିତରୁ


କହିଲା ଏ ମନ ପାହାନ୍ତି ପହରେ

ହାତ ଠାରି କିଏ ମୋତେ ଡାକୁଛି,

ଗାଳି ତ ଦିଅନ୍ତି ଫୁଲ ତୋଳିବାକୁ

ଘରକୁ ସେ ପୁଣି ଆ କହୁଛି


ପୁଅ ହାତ ଅବା ଝିଅର ସେ ହାତ

ଦୂରରୁ ନ ଥିଲି ପାରି ମୁଁ ଚିହ୍ନି,

ପୁଅ ହୋଇଥିଲେ ବନ୍ଧୁ କହିଦେବି

ଝିଅ ହୋଇଥିଲେ ହେବ କାମିନୀ


ଅନାମିକା ତାର ଆଙ୍ଗୁଠିରେ ସିଏ

ସୁନାର ମୁଦିଟେ ପିନ୍ଧି ଦେଇଛି,

ହାତରେ ତାହାର ଶଙ୍ଖା ନ ଥିଲେବି

ମୁଦି କହେ ସେଠି ଝିଅଟେ ଅଛି


ବୟସ ତାହାର ଯାହା ହେଇଥାଉ

ସକାଳୁ ସକାଳୁ ମୋତେ ଡାକୁଛି,

ଭାବିଲି ଦିନଟି ଶୁଭ ହୋଇଯିବ

କପାଳଟା ମୋର ଖୋଲି ଯାଇଛି


ପାଖକୁ ଯାଇ ମୁଁ ଦେଖିଲି ହେ ବନ୍ଧୁ

କହିଲି କାହିଁକି ଆସିଲି ପ୍ରଭୁ,

ହାତ ସିନା ମୋତେ ପାଖକୁ ଡାକିଲା

କେମିତି ଧରିବି ସ୍ଥାଣୁ ହାତକୁ


ପ୍ରାଣ ନାହିଁ ଆଉ ନାହିଁ ସେ ହାତରେ

ଚାଲି ଯାଇଥିବ ଟିକେ ଅଗରୁ,

ବଳାତ୍କାର କରି ଏସିଡ୍ ପକେଇ

କବାଟ କିଳିଲେ ଦୁଷ୍ଟ ବାହାରୁ


ଏସିଡ୍ ର କଷ୍ଟ ସମ୍ଭାଳି ନପାରି

ଝରକାକୁ ଖୋଲି ଡାକେ ଭିତରୁ,

ଦେଖି ହେଉନାହିଁ ତା ବିବର୍ଣ୍ଣ ରୂପ

କେମିତି ଧରିବି ହାତ ବାହାରୁ


କରିଲି ଚିତ୍କାର ବଡ଼ ପାଟିରେ ମୁଁ

ଧରିଥିଲା ଫୁଲ ଯାଇଛି ଖସି,

କହିଲି କାଳିଆ ଆଉ କେତେ ଦିନ

ଖଣ୍ଡିଆ ହାତରେ ହୋଇବୁ ଖୁସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy