ହାତ
ହାତ
ଦୀର୍ଘ ସମୟର ପ୍ରତିକ୍ଷା ପରେ
ମୋ ହାତ ପଚାରିଲା ମୋତେ
ଆଉ କେତେ ଦିନ ?
ଆଉ କେତେଦିନ ଏ ଚର୍ବିତ ଚର୍ବଣ
କୁଚ୍ଛ ସାଧନା
ଗତାନୁଗିକ ଦିନଚର୍ଯ୍ୟା ?
କିଛିଟା ଖାପଛଡା
କିଛିଟା ନିଆରା କରିବାର
ସୁଯୋଗ କାହିଁ ବା
। ଉଦାମ କାହିଁ ?
ମୁଁ କହିଲି, ବିୟୋଗୀତ ଜୀବନ ଡ୍ରାମାରେ
ଗତାନୁଗତିକତା ହିଁ ପ୍ରତିଷ୍ଠିତ ପରଂପରା
କିଛିଟା ବିଚ୍ୟୁତି- କିଛିଟା ବିକ୍ରୀତିକର
ନା ଅଛି ସୁଯୋଗ- ନା ଗ୍ରହଣୀୟତା
ସୂତରୀ- ଏଇ ପ୍ରତୀକ୍ଷା ଜାରି ରହୁ
ନୂତନ ସଂଭାବନାର ଅନ୍ୟତ ପରିସୀମା ପର୍ଯ୍ୟତ
ପ୍ରତିଦିନ ହେଉ ଦୁର୍ଘଟଣା- ସତ୍ୟ-ଅସତୟର
ପରଂପରା ଓ ପରିବର୍ତନର
ଅସ୍ଥି ମଜାଗତ ଅଭ୍ୟାସର ଅନଂତ ଅନୁଶୀଳନର ।
