STORYMIRROR

Satyabati Swain

Romance

3  

Satyabati Swain

Romance

ହାତ ଗଣ୍ଠି

ହାତ ଗଣ୍ଠି

1 min
294

ବର୍ଷକେ ଥରେ

ସେ ଯେବେ ଆସଇ ଚାଲି

ବୟସ ଯେତେ ହେଉନା କାହିଁକି

ମନ

ଲାଜରେ ଯାଏ ଚହଲି

ଝୁମେ ମନେ ପକାଇ ସେଇଦିନ

ସରମରେ ଯେବେ

ରଙ୍ଗ କେ ଦେଇଥିଲା ମୁହେଁ ବୋଳି।


ମନେ ପଡେ ଗୋଟି ଗୋଟି

ପ୍ରଥମ ଦେଖା

ପ୍ରଥମ ଛୁଆଁର ଅନୁଭବ ଥିଲା କେମିତି

ଦୁଇଟି ଆତ୍ମା ଓ ଦେହ

ଯେଉଁ ଦିନ ବାନ୍ଧି ହୋଇଥିଲେ ଟି

ବେଦି ହୋମ ସାକ୍ଷୀ ରଖି

ବିବାହ ବାର୍ଷିକୀ

ପାଳ ବା ନ ପାଳ

ମନେ ପଡି ନିରୁତା ଖୁସି ଦିଏଟି

ସେଇ "ହାତ ଗଣ୍ଠି "ପଡିବା ଦିନ ଟି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance