ହାତ ବଢେଇଦେଲେ ସ୍ୱର୍ଗ
ହାତ ବଢେଇଦେଲେ ସ୍ୱର୍ଗ
ଶତ ଚେଷ୍ଟା କରି
ଜୀବନକୁ କ'ଣ ଟିକେ ଦେଖିହେଲା ?
କାନ ପତେଇ କ'ଣ ଶୁଣିହେଲା
ଜୀବନର ସ୍ୱର ?
କଳକଳ ଛଳଛଳ ହେଇ
ବୋହି ଯାଉଥିବା
ସ୍ରୋତସ୍ୱିନୀ ଟିଏ ଜୀବନ,
କେତେବେଳେ ହସାଇ ଦିଏ ତ
କେତେବେଳେ ଛଟପଟ କରୁଥାଏ I
ପଦେ କଥାରେ ଜଳୁଥାଏ,
ଜାଳି ଦେଉଥାଏ ତମାମ ଆୟୁଷ I
ନିଜ ଅଜାଣତରେ
ନିଜ ସହ ଲୁଚକାଳି ଖେଳୁଥିବା
ଜୀବନକୁ ମୋର ବୋଲି କହିବାକୁ
ଯୁ ମୋର କାହିଁ ?
ହଜି ଯାଉଥିବା ସତ୍ତାଟିଏ
ଏବେ ବି ଖୋଜୁଛି ନିଜକୁ I
ଏମିତି କାହିଁକି ?
କିଏ ବା ଉତ୍ତର ଦେବ
ମୁଁ ତୁମେ ନା ସେମାନେ
ଅଦେଖା ଅଶୁଣା ଅଜଣା
ମୃତ୍ୟୁ ବୋଧେ ଶ୍ରେୟସ୍କର I