Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Romance Tragedy Others

3.8  

Ranjit Sahu

Romance Tragedy Others

ହାରିଥିବା ପ୍ରେମ

ହାରିଥିବା ପ୍ରେମ

1 min
309


କିଛି ଫୁଲ ଝରେ ପୂଜାରେ ନ ଲାଗି,

କିଛି ଦୀପ ଲିଭେ ଝଡ ଵତସେ,

କେବେ କୁମୁଦିନୀ  ଝଡେ  ପ୍ରଭାତରେ,

ବିତାଇ ରଜନୀ ଘୋର ଉଆଁସେ  I 


ମିଳନର ଇଚ୍ଛା ମଳିନ ପଡ଼ଇ,

ମିଛ ହୋଇ ଯାଏ ସତ୍ୟ  ବନ୍ଧନ,

ହୃଦୟର ଶତ୍ରୁ ସାଜେ ପୁଣି  କେବେ, 

ହୃଦ ଭିତରର ମୃଦୁ ସ୍ପନ୍ଦନ ।


ହାରି ହରେଇବା ଦୁଃଖକୁ  ବୁଝିଛି,

ବିଚ୍ଛେଦ ଛବି ଆଖିରେ ଆଙ୍କିଛି, 

"ଯିଏ ଅଟେ ପର ହୁଏନା ନିଜର"

 ଏହି  ସତ୍ୟଟି ମୋ ସ୍ଵପ୍ନ ଭାଙ୍ଗିଛି I 


ଢେଉ ପରେ ଢ଼େଉ  ଗଣିକି ବସିଛି ,

ଏକାକୀ ହଜି ବିଜନ ବେଳାରେ, 

ପରିତ୍ୟକ୍ତ ଆଜି ହୃଦୟଟି ମୋର,

ପାଏନି ସାହାରା ସାଙ୍ଗ ମେଳାରେ  ।


ଭାଙ୍ଗି ବାଲି ଘର ନିଷ୍ଠୁର ସାଗର, 

ଧୋଇ ନିଏ ଯେ ଆଶାର ଶାମୁକା ,

ହଜେଇବ ଦିନେ ଲୁହର ତଟିନୀ,

ସୀମାହୀନ ଏ ବିରହ ବାଲୁକା,

ସାଜିବିନି ମୁଁ ବାସର  ରାତିରେ,

ମଧୁଶଯ୍ୟାରେ ତୁମର ନାୟିକା,

ପାଇବିନି ତୁମ ପ୍ରୀତି ଆଲିଙ୍ଗନ 

ହୋଇବିନି ତୁମ ଅଭିସାରିକା I 


Rate this content
Log in

Similar oriya poem from Romance