STORYMIRROR

Arundhati Jena

Inspirational Others

2  

Arundhati Jena

Inspirational Others

ହାରିବା ପରେ ଜିତିବାର ସ୍ୱାଦ

ହାରିବା ପରେ ଜିତିବାର ସ୍ୱାଦ

1 min
13


   ହାରିବାର ଦୁଃଖ ସିନା ମନକୁ ଜଳାଏ

   ହେଲେ ହାରିବାଟା ମଣିଷ କୁ ଅନେକ ଶିଖାଏ।

  ହାରି ଗଲେ ମନଟା ପୁରା ଭାଙ୍ଗି ପଡେ

  ହେଲେ ଜିତିବାର ପଥ ପୁଣି ଆପେ ମନ ଗଢେ।

   ହାରିବା ପରେ ଜିତିବାର ସ୍ୱାଦ ହିଁ ନିଆରା

   ବିଜୟର ପଥେ ଅଧା ଛାଇ ଅଧା ଖରା।

   ହାରିବା ପରା ଜୀବନ ରେ ଜିତିବାର ମୂଳଦୁଆ

   ବିଜୟ ସଂଗୀତ ଧ୍ୱନି ଭାରି ମନଛୁଆଁ।

    ହାରିବା ଜିତିବା ପରା ଲାଗିଛି ଜୀବନେ

     ବେଶି କଷ୍ଟ କେବେ ପରା ଆଣ ନାହିଁ ମନେ।

    ମନ ଦମ୍ଭ କରି ଚାଲ କରମ ପଥରେ

     ସୁଖର ଫୁଲ ଫୁଟିବ ତେବେ ନିଜ ଜୀବନରେ।

    ନିଜ କର୍ମ କଥା ସବୁବେଳେ ଭାବୁଥିବ

    ଠିକ୍ ଆଉ ଭୁଲ୍ କୁ ପରଖି ଦେଖିବ।

   ଅନ୍ୟ କାମେ ଏତେ ନିଜ ମୁଣ୍ଡ ନପୁରାଅ

   ନିଜ କର୍ମ ଭଗବାନ ବୋଲି ଭାବୁଥାଅ।

  ପର ଚିନ୍ତା ପର ଛିଦ୍ର ଖୋଜି ବୁଲ ନାହିଁ

  ପରିଶ୍ରମ କରି ପରା ହୁଅ ହେ ବିଜୟୀ।

  ନିଜ କର୍ମମାନ ସବୁ ନୀରବରେ କର

  ବିଜୟ ର ତୁରୀ ତୁମ କରିବ ଜୟକାର।

   ହାରିବା ଜିତିବା ମୁଦ୍ରା ର ଦୁଇ ପାର୍ଶ୍ୱ ଭଳି

   ହାରିବା ପରିବର୍ତ୍ତେ ଜିତିବା ପରିଶ୍ରମ କରି

  ଏ ହାରିବା ଶିଖାଏ ପୁଣି ମଜା ଜିତିବାର

   ହାରିକରି ଜିତିବାର ନାମ ହୁଏ ବାଜିଗର।

    

   

  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational