STORYMIRROR

kahnu charan sahu

Abstract

2  

kahnu charan sahu

Abstract

ହାଏରେ ମାନବ

ହାଏରେ ମାନବ

1 min
91

ହାଏରେ ମାନବ

ତୁମେ ନିଜକୁ ବୋଲଅ ମହାନ

ନିଜେ ଗଢ଼ ନିଜେ ହିଁ ଭାଙ୍ଗ

ପୋଡ଼ିଜାଳି ଶେଷ କର

ଅଳ୍ପ କେଇଦିନ

ଭୋଗ ବିଳାସରେ ଜିଇଁବାକୁ


ବର୍ତ୍ତମାନର ଲାଳସାରେ

ଭବିଷ୍ୟତକୁ ସାଇତି ରଖ

ବିରାଟ ବିପଦ ଟାଏ

ସର୍ବସ୍ୱ ପ୍ରଦାନ କଲାପରେ ବି

ବୁଝେନି ତୁମ ମନ

ମୋତେ ହାଣ

ମୋତେ ଲୁପ୍ତ କର

ଏ ପୃଥିବୀ ପୃଷ୍ଠରୁ


ଅଙ୍ଗାରକାମ୍ଳ ଓ ଅମ୍ଳଜାନ

ନିୟନ୍ତ୍ରଣ କରେ ବୋଲି

ତୁମେମନେ ଆରାମ ରେ

ଜୀବନ ବିତାଅ

ହସ ଖେଳ ଭକ୍ଷଣ କର

ଖୁବ ଆନନ୍ଦରେ

ମୋ ମୂଳ,କାଣ୍ଡ, ଫଳ

ନିଜକୁ ସଜାଅ ସୁନ୍ଦରତା ପାଇଁ

ମୋ ଦେହରୁ ଝଡେଇ ଫୁଲ


ସର୍ବସ୍ୱ ମୋଠୁ

ଲୁଟିନେଲା ପରେ ବି

ମୁଁ ତୁନିରୁହେ

ତୁମେ ମୋର ନିଜର ଭାବି

ହେଲେ ତୁମେ ପ୍ରେମ ବଦଳରେ

ଭରିଦିଅ ପ୍ରତାରଣା


ହେ ମାନବ

ବେଳୁ ବେଳୁ ସାବଧାନ ହୁଅ

ନଚେତ ପରିଣାମ ଭୟଙ୍କର

ଶୀତଳ ସମୀର ବଦଳରେ

ଶରୀର ସ୍ପର୍ଶ କରିବ ଜହର

ଧୂଳିସାତ ହୋଇଯିବ

ତୁମେ ତୋଳିଥିବା

ସ୍ବପ୍ନର ତାଜମହଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract