ହାଏରେ ମାନବ
ହାଏରେ ମାନବ
ହାଏରେ ମାନବ
ତୁମେ ନିଜକୁ ବୋଲଅ ମହାନ
ନିଜେ ଗଢ଼ ନିଜେ ହିଁ ଭାଙ୍ଗ
ପୋଡ଼ିଜାଳି ଶେଷ କର
ଅଳ୍ପ କେଇଦିନ
ଭୋଗ ବିଳାସରେ ଜିଇଁବାକୁ
ବର୍ତ୍ତମାନର ଲାଳସାରେ
ଭବିଷ୍ୟତକୁ ସାଇତି ରଖ
ବିରାଟ ବିପଦ ଟାଏ
ସର୍ବସ୍ୱ ପ୍ରଦାନ କଲାପରେ ବି
ବୁଝେନି ତୁମ ମନ
ମୋତେ ହାଣ
ମୋତେ ଲୁପ୍ତ କର
ଏ ପୃଥିବୀ ପୃଷ୍ଠରୁ
ଅଙ୍ଗାରକାମ୍ଳ ଓ ଅମ୍ଳଜାନ
ନିୟନ୍ତ୍ରଣ କରେ ବୋଲି
ତୁମେମନେ ଆରାମ ରେ
ଜୀବନ ବିତାଅ
ହସ ଖେଳ ଭକ୍ଷଣ କର
ଖୁବ ଆନନ୍ଦରେ
ମୋ ମୂଳ,କାଣ୍ଡ, ଫଳ
ନିଜକୁ ସଜାଅ ସୁନ୍ଦରତା ପାଇଁ
ମୋ ଦେହରୁ ଝଡେଇ ଫୁଲ
ସର୍ବସ୍ୱ ମୋଠୁ
ଲୁଟିନେଲା ପରେ ବି
ମୁଁ ତୁନିରୁହେ
ତୁମେ ମୋର ନିଜର ଭାବି
ହେଲେ ତୁମେ ପ୍ରେମ ବଦଳରେ
ଭରିଦିଅ ପ୍ରତାରଣା
ହେ ମାନବ
ବେଳୁ ବେଳୁ ସାବଧାନ ହୁଅ
ନଚେତ ପରିଣାମ ଭୟଙ୍କର
ଶୀତଳ ସମୀର ବଦଳରେ
ଶରୀର ସ୍ପର୍ଶ କରିବ ଜହର
ଧୂଳିସାତ ହୋଇଯିବ
ତୁମେ ତୋଳିଥିବା
ସ୍ବପ୍ନର ତାଜମହଲ