STORYMIRROR

Pratap Chandra Mishra

Tragedy

4  

Pratap Chandra Mishra

Tragedy

ହାଏ ରେ କରୋନା

ହାଏ ରେ କରୋନା

1 min
214


ମାଳିକା ବଚନ

କହେ ପୁନଃ ପୁନଃ

ଅଜଣା ରୋଗ ଗ୍ରାସିବ।

ବଇଦ ବୈଜ୍ଞାନିକ

ପରାସ୍ତ ହୋଇବେ

ଶୁନ୍ୟ ଜନ ପଦ ହେବ।।


ସତରେ ଲାଗୁଛି

ସେଇଆ ହୋଇଛି।

ଅଚାନକ ଅଚିହ୍ନା

ବ୍ୟାଧି ବିଶ୍ଵରେ

କାୟା ବିସ୍ତାରିଛି।।


ଉହାନ ସହର 

ଉତ୍ପତ୍ତି ସ୍ଥଳ

ନଗ୍ନ ଚକ୍ଷୁରେ ଭୂତାଣୁ

ସେ ଦିସେନାହିଁ।

ମଣିଷ ଠାରୁ ଅନ୍ୟ

ମଣିଷ ଦେହକୁ

ଯାଏ ଟାଣି ରୋକିବା 

ସାଧନ ନାହିଁ।।


ପ୍ରତିକାର ପାଇଁ

ଔଷଧ ନାହିଁ କାର୍ଯ୍ୟ

ଧାରା ବଦଳିଲା।

ସାନିଟାଇଯର,ମାସ୍କ ପିନ୍ଧାଇ ମଣିଷ ମଣିଷ ଠାରୁ ଦୁଇ ଗଜ ଦୂର

ଥୟ କଲା।।


ବଞ୍ଚିବା ମାର୍ଗ ବନ୍ଦ;

କର୍ଫ୍ୟୁ ସହର ଏକାନ୍ତ ବାସ

ହେଲା ଅନିର୍ବାର୍ଯ୍ୟ ।

ପିତାର ଶବକୁ ପୁଅ ମୁଖାଗ୍ନି ଦେବା ବିପଦ ସରକାର କଲେ ଧାର୍ଯ୍ୟ ।।


କିଏ ମରିଗଲା ଅଚିହ୍ନା

ସହରେ ବେସାହାରା ହୋଇ।

ବଞ୍ଚିବା ଲୋକ ଘର ମୁହାଁ

ହେଲେ ପାଦେ ଚାଲି ଚାଲି ଜୀବିକା ଜୀବନ ହରାଇ।।


ସ୍କୁଲ ବନ୍ଦ ହେଲା,ଚାକିରୀ ଗଲା

ପରିବାର ପୁରା ଶ୍ମଶାନରେ ଶୋଇ ଗଲେ।

ବଡ଼ ବଡିଆଙ୍କ ଅନ ଲାଇନ୍ ଚାକିରୀ ଖୁସିରେ ସପରିବାର ଏକାଠି ମସଗୁଲ ହେଲେ।।


ବେପାରୀ ବାପୁଡ଼ା ଦରମରା ହୋଇ କରମକୁ ନିନ୍ଦୁ ଥାଏ।

ଶ୍ରମିକ ବିଚାରା ସରକାରୀ ସହାୟତା 

ଆଶାରେ ଭୋକେ ଦିନ କାଟୁ ଥାଏ।


ବୁଲା କୁକୁର,ଗାଇ ଗୋରୁ ଯେତେ ପ୍ରାଣୀ ଭୋକ ଦାଉରୁ ବର୍ତିଲେ ନାହିଁ।

ବସ୍ତି ବାସିନ୍ଦା ସହରରେ ରୋଗେ ପଡ଼ିଲେ ଚିକିତ୍ସା ମିଳିଲା ନାହିଁ।।


ଧିକ୍କାର ଶବ୍ଦ କଲା ନାରଖାର ଧନୀ ଗରିବ ସଭିଙ୍କୁ।

ଅମାପ ଧନ ଦୌଲତ ମୂଲ୍ୟ ହିନ ହେଲା ଧନୀ ରୋଗୀ ଜୀବିତ ହେବାକୁ।।


ଆବଶ୍ୟକ ଚିଜ ଆକାଶ ଛୁଆଁ ଦର ତଥାପି ମିଳିଲା ନାହିଁ।

ହାଏରେ କରୋନା କି କଲୁ କି କଲୁ କାହିଁକି ଆସିଲୁ ମହିକୁ ତୁହି?


ଏବେ ଏବେ ପୁଣି ଟିକା

ବାହାରିଲା ସନ୍ଦେହ ସନ୍ଦିହାନ ନେଇ।

ଦ୍ଵିତୀୟ/ତୃତୀୟ ସଂସ୍କରଣ କରୋନା ଫେରୁଛି ସଜାଗ ହୁଅରେ ଭୌଣି ଭାଇ।।


ଚାଷୀର ମୁଣ୍ଡରେ ଚଡ଼କ ପଡ଼ିଛି ବିହନ

ଖାଦ୍ୟ ଖୋରାକ ହେଲା।

କରୋନା କାଳରେ ସହାୟତା ରାଶି ସାତ ସପନ ହେଲା।।


ଔଷଧ ବାହାରିନି ପ୍ରୟାସ ଚାଲିଛି

ଦୃଢ ସତର୍କ ଏକା ସାହା।

ସରକାରୀ ନୀତି ଅନୁସରି ଆମେ ଘରେ ରହିବା ଯଥା ।।


ସରପଞ୍ଚ ମାନେ ଜିଲ୍ଲାପାଳ ହେଲେ

ନେତା ଏ ଲୁଚିଲେ କାହିଁ।

ସରକାରୀ ବାବୁ ମାସ୍କ ବଣ୍ଟା,କରୋନା ହସ୍ପିଟାଲ ନାମ ରେ କିଏ କେତେ ଖାଇଗଲେ ହିସାବ ମିଳଇ ନାହିଁ।।


ଟୀକା ନେଇ ସତର୍କ ହୋଇଲେ

ଜୀବନ ରହିବ ଜାଣ,

ଅନ୍ୟଥା ବାହାରେ ଭିଡ଼କୁ ଗଲେ

ନିଶ୍ଚୟ ମହାମାରୀରେ ହାରିବା ପ୍ରାଣ।।



Rate this content
Log in

Similar oriya poem from Tragedy