ଗୁରୁଙ୍କ ମହିମା
ଗୁରୁଙ୍କ ମହିମା
ସୁପ୍ରାଚୀନ କାଳୁ ସଭ୍ୟତା ସଂସ୍କୃତି
ଗୁରୁ ମହିମା ରେ ଭରା
ଅତୀତେ ଭାରତେ ନିତ୍ୟ ଅବିରତେ
ଢାଳୁ ଥିଲେ ଜ୍ଞାନ ଧାରା ।
ସୂର୍ଯ୍ୟ ସମ ସର୍ବେ ପ୍ରକାଶ ସଂଚାରୀ
ବିଦୂରିତ ଅନ୍ଧକାର
କରି ଜ୍ଞାନାଲୋକେ ସୁଦିବ୍ୟ ମୟୂଖେ
ଚଳ ଚଞ୍ଚଳ ଭାସ୍ୱର ।
ସାଂସ୍କୃତିକ ଭାବ ଅତୁଳ ବିଭାବ
ଅନୁଭବ ଅନୁଭୂତି
ଗୁଣ ଗାରିମା ଓ ଅତୁଳ ସାମର୍ଥ୍ୟେ
ରଚି ଯାଇ ଛନ୍ତି କୀର୍ତ୍ତି ।
କେତେ ଯେ ଆଦର୍ଶ ଉତ୍ତମ ସୁଶିଷ୍ୟ
କରି ଗଲେ ସେ ନିର୍ମାଣ
ଗୁଣାବଳି ଦାନ ମୂଲ୍ୟବୋଧ ଶିକ୍ଷା
ଥିଲା ଯାହାଙ୍କ ପ୍ରଧାନ ।
ବଶିଷ୍ଠ ବାଲ୍ମୀକି ବ୍ୟାସ ମହା ଋଷି
ପରାଶର ବିଶ୍ଵାମିତ୍ର
ପର୍ଶୁରାମ ଗୁରୁ ଜୈମିନି ପ।ଣିନି
ବାତ୍ସାୟନ କାମ ସୂତ୍ର ।
ସାନ୍ଦିପନି ମୁନି ଦ୍ରୋଣାଚାର୍ଯ୍ୟ ପୁଣି
ଶାକ୍ୟ ସିଂହ ମହାବୀର
ଚାଣକ୍ୟ ସୁଶୃତ ବିହ୍ଲଣ ମମ୍ମଟ
ସେ ପ୍ରାଚୀନ ଭରତର ।
ଶିଷ୍ୟ ଙ୍କ ଆଦର୍ଶ କର୍ଣ୍ଣ ଉପମନ୍ୟୁ
ଅଭିମନ୍ୟୁ ଆଦି ବୀର
ଦୁଶା ଓ ଯୁଧିଷ୍ଟି ଅର୍ଜୁନ ଶିଖଣ୍ଡି
ଶ୍ରେଷ୍ଠ ଶିଷ୍ୟ ଗୁରୁଙ୍କର ।
ଜୟଦ୍ରଥ ଅଶ୍ଵତ୍ଥାମା ଏକଲବ୍ୟ
ଶିଷ୍ୟଙ୍କ ଆଦର୍ଶ ସର୍ବେ
ସାଧି ଯାଇଛନ୍ତି କାର୍ଯ୍ୟ ଧାରା ଯେତେ
ଆପଣାର ଅନୁଭବେ ।
ଆରୁଣୀ ଆଦିଙ୍କ ବଳିଦାନ ଗାଥା
ଦିଅଇ ନବ ଉତ୍ସାହ
କିନ୍ତୁ ଆଜି ସବୁ ଅତୀତ ଓ ଉତ୍କର୍ଷ୍ୟ
ଘଟିଅଛି ଅବକ୍ଷୟ ।