STORYMIRROR

SIBENDU SARASWATA PANDA

Classics

3  

SIBENDU SARASWATA PANDA

Classics

ଗୁରୁ

ଗୁରୁ

1 min
176

ଧରଣୀ ବକ୍ଷରେ ଜନମିଲି ଯେବେ

ଜାଣି ମୁଁ ନଥିଲି କିଛି,

ଜ୍ଞାନର ଭଣ୍ଡାର ଭରିଦେଲ ତୁମେ

ଦେବଦୂତଟିଏ ସାଜି।

ଉଭା ହେଲ ଆଗେ ବାପାମାଆ ସାଜି

କଥାବାର୍ତ୍ତା ଶିଖାଇଲ,

ତା'ପରେ ସାଜିଲ ଗୁରୁଜୀ ଗୁରୁମା

ସୁବିଚାର କେତେ ଦେଲ।

ନୁହେଁ କେବେ ତୁମେ ମାତ୍ର ନରଟିଏ

ବ୍ରହ୍ମା ବିଷ୍ଣୁ ମହେଶ୍ୱର,

ଯାହା ଉପସ୍ଥିତି ବଳରେ ସଂସାରେ

ଅଜ୍ଞାନତା ହୁଏ ଦୂର।

ସାଜିଲ ଜୀବନେ ଅନ୍ଧର ଲଉଡି

ଜାଳି ଜ୍ଞାନର ମଶାଲ,

ଇଙ୍ଗିତେ ଇଙ୍ଗିତେ ସକ୍ଷମ କରିଣ

ନିଜ ଗୋଡେ ଛିଡାକଲ।

ମନ୍ଦିରରେ ସିନା ପାଷାଣ ଈଶ୍ୱର

ହେଲେ ତୁମେ ସେହି ନର,

ହୃଦ ମନ୍ଦିରର ଜୀବନ୍ତ ଦେବତା

ପାଦପଦ୍ମେ ତୁମ କରେ ଜୁହାର।

କ୍ଷମି ଦେବ ମୋତେ ଯଦି ତ୍ରୁଟି ଥାଏ

ମୂଢ ଅଜ୍ଞାନଟେ ଭାବି,

ଜୀବନେ ସେଯାଏଁ ଗୁଣ ଗାଉଥିବି

ଯେବେ ଅସ୍ତାଚଳ ଯିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics