STORYMIRROR

Bishwaranjan Tripathy

Abstract Classics Inspirational

2  

Bishwaranjan Tripathy

Abstract Classics Inspirational

ଗୁରୁ

ଗୁରୁ

1 min
373

ଗୁରୁ ଶବ୍ଦର ଅର୍ଥ ଜାଣିବାକୁ ହେଲେ

ପ୍ରଥମେ ଜାଣିବା ଗୁ ଓ ରୁ ର ମାନେ,

ଗୁ ଶବ୍ଦର ଅର୍ଥ ଅଟେ ଅନ୍ଧାର

ରୁ ଶବ୍ଦର ଅର୍ଥ ହୋଇଲା ଆଲୋକ।

ଗୁରୁ ମାନେ ହେଲା କୌଣସି ଏକ

କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା,

ଯିଏ ଅଜ୍ଞାନର ଅନ୍ଧାର ରୁ ଆଲୋକ କୁ

ବାଟ କଢେଇ ଘେନି ଯାନ୍ତି ତାଙ୍କୁ ଗୁରୁ କହିବା।

ଏହି ମତେ ପ୍ରଥମ ଗୁରୁ ମାତା ଓ ପିତା ଅଟନ୍ତି

ପରେ ଶିକ୍ଷା ଗୁରୁ,ଦୀକ୍ଷା ଗୁରୁ ଅନେକ ଅଛନ୍ତି।

ଗୁରୁ ପରା ଅଟନ୍ତି ମହାନ ଚରିତ୍ର,ଓ ବ୍ୟକ୍ତିତ୍ୱ

ଗୁରୁ ହେଉଛନ୍ତି ଏକ ସତ୍ତା ପୁଣି ଏକ ଅନୁଭବ।

ନିଜର ଆପ୍ରାଣ ଉଦ୍ୟମ, ଚେଷ୍ଟାରେ

ହୋଇପାରେନାହିଁ ଯାହା

ଗୁରୁକୃପା ଲାଭ କରିବା ଦ୍ୱାରା

ଅଚିରେ ଉପଲବ୍ଧ ହୋଇଯାଏ ତାହା।

ଗୀତା ରେ ବର୍ଣ୍ଣିତ ଗୁରୁ ଉପାଖ୍ୟାନ

ଯିଏ ଅଟନ୍ତି (ଗୁ) ଗୁଣମୁକ୍ତ

ପୁଣି ଲେଖା ଅଛି ଯେ (ରୁ) ନିରାକାର

ସେ ହେଉଛନ୍ତି ଗୁରୁ,ସାକ୍ଷାତ ଈଶ୍ୱର।

ବୌଦ୍ଧ ଧର୍ମ ରେ ଜଣେ ସାଧାରଣ ଶିକ୍ଷକ

ଗୁରୁ ବୋଲି ବିବେଚିତ ହୋଇନଥାନ୍ତି।

ପୁଣି ପାଶ୍ଚାତ୍ୟ ଦର୍ଶନେ କେହି ଗୁରୁ ନଥାନ୍ତି

ଯିଏ ଅନେକ ଅନୁଗାମୀଙ୍କୁ ଏକାଠି କରନ୍ତି

ତାଙ୍କୁ ସେହିମାନେ ଗୁରୁ ବୋଲି କହିଥାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract