STORYMIRROR

Smitali Priyadarsini Panda

Inspirational Children

4  

Smitali Priyadarsini Panda

Inspirational Children

ଗୁରୁ

ଗୁରୁ

1 min
299

ଅନ୍ଧକାରୁ ତୁମ୍ଭେ ବାଟ କାଢ଼ିନିଅ

ଦେଇ କେତେ ନୀତି ଶିକ୍ଷା

ଶିକ୍ଷା ମନ୍ଦିର ରେ ତୁମ୍ଭେ ତ ଦେବତା

ପୂଜନୀୟ ବିଦ୍ୟା ଦାତା !!


ପଥ ପ୍ରଦଶ୍ରିତ କରିଥାଅ ସଦା

ଛତ୍ର ଛାୟା ତଳେ ରଖି

ଅଜ୍ଞାନ ଚିତ୍ତରୁ ତମସା ଦୂରାଅ

ଜ୍ଞାନର ଆଲୋକ ଲେପି !!


ଦ୍ୱିତୀୟ ଈଶ୍ୱର ଆହେ ଗୁରୁ ମୋର

ଭକ୍ତି ନମସ୍କାର ଘେନ

କିପରି ବର୍ଣ୍ଣନା କରିବି ମୁଁ ତୁମ୍ଭ

ଶବ୍ଦ ହୋଇଯାଏ ଶୁନ୍ୟ !!


ଯୁଗେ ଯୁଗେ ଗୁରୁ ଅମର ଯେ ସଦା

ଶ୍ରେଷ୍ଠ ଆପଣଙ୍କ ସ୍ଥାନ

ଗୁରୁ ଯେ ଈଶ୍ୱର ଗୁରୁ ପିତା ମାତା

ଗୁରୁ ବିନା ନାହିଁ ଆନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational