ଗୁରୁ
ଗୁରୁ


ଗୁରୁ ଯିଏ କି ସାକ୍ଷ୍ୟାତ ଈଶ୍ୱର
ସେ ଅଟନ୍ତି ସତ୍ୟ ପୂଜ୍ୟ ପରମେସ୍ୱର ।
ତାଙ୍କ ଆଶୀର୍ବାଦ ଥିଲେ ସବୁ ବେଳେ ଜିତୁଥିବ
ପଙ୍ଗୁ ହେଇ ଥିଲେ ପର୍ବତ ବି ଲଙ୍ଘିଯିବ।
ଗୁରୁଙ୍କ କଥା ରେ ଅଛି ଯାଦୁ ଏମିତି
ଆଖି ରେ ତାଙ୍କ ର ଥାଏ ଅଦ୍ଭୁତ ଜ୍ୟୋତି ।
ଅଜ୍ଞାନ ରୁପି ଅନ୍ଧକାର ରୁ ନେବେ ଦୁରେଇ
ଜ୍ଞାନ ରୂପ ଦୀପ ଜଳେଇ ଦେଇ ।
ଗୁରୁ ଥିଲେ ସାଙ୍ଗରେ ହାରିବା ନାହିଁ
ହାତ ଧରି ଗୁରୁ ଭୁଲ ରୁ ବାଟ ନେବେ କଢେଇ ।
ଯାହା ଭଲ ପାଇବା ରେ ଟିକିଏ ସ୍ୱାର୍ଥ ହିଁ ନାହିଁ
ଗୁରୁଙ୍କ ଛଡା ଆଉ କେହି ହେବେ ହିଁ ନାହିଁ ।
ସମ୍ମାନ କର କି ଅପମାନ
ଗୁରୁଙ୍କ ଦୃଷ୍ଟି ରେ ସମସ୍ତେ ସମାନ ।