STORYMIRROR

Bijoy Jena

Inspirational

3  

Bijoy Jena

Inspirational

ବର୍ଷା ଋତୁ

ବର୍ଷା ଋତୁ

1 min
450


ନିଦାଘର ଶେଷେ ବରଷା ଆସିଛି

  ଆକାଶରେ ମେଘମାଳ

ବିଜୁଳି ଚମକେ ମେଘର ଦେହରେ

  ବଜ୍ରରେ କମ୍ପେ ରସାତଳ।


କେତେବେଳେ ଅବା କଳାମେଘ ବକ୍ଷେ

  ସୂର୍ଯ୍ୟ ମୁଖେ ଇନ୍ଦ୍ରଧନୁ

କି ଶୋଭା ପରଶେ କ୍ଷଣିକ ହେଲେହେଁ

   ଭୁଲାଇଣ ସର୍ବ ମନୁ।


ଚାତକପକ୍ଷୀଏ  ଜଳଧାରେ ଚାହିଁ

  ମାଗେ ଆର୍ତ୍ତ ସ୍ଵରେ ଜଳ

ମୁଷଳଧାରାରେ  ମେଘ ବରଷଇ

   ଶାନ୍ତ ତପ୍ତ ମହୀତଳ।


ଜଳେ ପୂରେ ନଦ ନଦୀ ହ୍ରଦ ଆଦି

   ଉଛୁଳି ପଡଇ କୂଳ

ବନ୍ଧବାଡ଼ ଡେଇଁ  ଜନବସତି ଯେ

  ସୃଷ୍ଟିକରେ ବନ୍ୟାଞ୍ଚଳ।


ଜଳର ଗହଳ  ବିନାଶ ଆଣଇ

  ତଥାପି ବରଷା ହିତ

ଚାଷୀକୂଳ ଏବେ ସଜାଗ ହେଲେଣି

   ଚାଷ କରିବାକୁ କ୍ଷେତ।


ସାରୁଗଛ ମୂଳେ ବେଙ୍ଗ ଓ ବେଙ୍ଗୁଲୀ

   ହୁଅନ୍ତି ଆନନ୍ଦେ କଥା

ହେ ବରଷାରାଣୀ ବରଷି ଦିଅ ଗୋ

  . ନ ଦିଅ ଜଗତେ ବ୍ୟଥା।


ପ୍ରତି ବର୍ଷ ଆସ ନିଦାଘ ଶେଷରେ

  ଋତୁଚକ୍ର ଅନୁସାରେ

ପ୍ରକୃତି ହସଇ  ବନଭୂମି ଉଭା

  ସବୁଜ ବଧୂ ବେଶରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational