ଦୀପ
ଦୀପ
ଧନ୍ୟ ତୁମେ ଶ୍ରଷ୍ଠା
ଧନ୍ୟ ତୁମ ସୃଷ୍ଟି
ତୁମ ସୃଷ୍ଟି ରେ ମୁଁ ଧନ୍ୟ
ଦୀପ ଟିଏ ହୋଇ ଏ ଜନମେ ମୁହିଁ
ଅରଜିଛି କେତେ ପୁଣ୍ୟ।
ଘିଅ ଅବା ତେଲ ଢାଳି ମୋ ଦେହରେ
ସଳିତା ସଜେଇ ଦେଇ
ଅତି ଭକତି ରେ ଭକତ ଶ୍ରଦ୍ଧାରେ
ଦିଅନ୍ତି ଯେବେ ଜଳାଇ
ମୋତେ ଜାଳି ଦେଇ ଦିଅଁ ଙ୍କ ସମୀପେ
କରି ଥାଆନ୍ତି ପ୍ରଣାମ।
ଅରଜିଛି କେତେ ପୁଣ୍ୟ
ପୁନେଇଁ ପରବ ବିବାହ କି ବ୍ରତ
ପ୍ରାରମ୍ଭ ରେ ଲୋଡା ମୋର
ମୋହରି ଶିଖା ରେ ଯେତେକ ଅଶୁଭ
ହୋଇ ଯାଇଥାଏ ଦୂର
ନିଜେ ଦୁଃଖ ସହି ଆନ ମୁଖେ ହସ
ଫୁଟାଇବା ମୋର ଧର୍ମ।
ଅରଜିଛି କେତେ ପୁଣ୍ୟ।
ମାଟି ବା ପିତ୍ତଳ ସୁବର୍ଣ୍ଣ କି ରୌପ୍ୟ
ଯିଏ ବା ଯେପରି ବାଛେ
ମୋତେ ଜାଳି ଦେଇ ଦେବତାଙ୍କ ପାଶେ
ନିଜ ମଙ୍ଗଳ ମନସେ
ସେହି ସମୟରେ ନିଜ କୁ ନିଜେ ମୁଁ
ମଣି ଥାଏ ଭାଗ୍ୟବାନ।
ଅରଜିଛି କେତେ ପୁଣ୍ୟ,,,,
ଦିଅଁଙ୍କ ସମୀପେ ଏତିକି ପ୍ରାର୍ଥନା
ପ୍ରତି ଜନ୍ମେ ଦୀପ ହୁଏ
ନିଜେ ଜଳି ମୁଁ ଯେ ସାରା ଜଗତ ର
ଅନ୍ଧାର ଦୂରେଇ ଦିଏ
ଦୀପ ଜନମ ମୋ ସାର୍ଥକ ହୋଇବ
ପ୍ରଭୁ ପାଖେ ନିବେଦନ।
ଅରଜିଛି କେତେ ପୁଣ୍ୟ