STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଦୀପ

ଦୀପ

1 min
443


ଧନ୍ୟ ତୁମେ ଶ୍ରଷ୍ଠା

ଧନ୍ୟ ତୁମ ସୃଷ୍ଟି

ତୁମ ସୃଷ୍ଟି ରେ ମୁଁ ଧନ୍ୟ

ଦୀପ ଟିଏ ହୋଇ ଏ ଜନମେ ମୁହିଁ

ଅରଜିଛି କେତେ ପୁଣ୍ୟ।


ଘିଅ ଅବା ତେଲ ଢାଳି ମୋ ଦେହରେ

ସଳିତା ସଜେଇ ଦେଇ

ଅତି ଭକତି ରେ ଭକତ ଶ୍ରଦ୍ଧାରେ

ଦିଅନ୍ତି ଯେବେ ଜଳାଇ

ମୋତେ ଜାଳି ଦେଇ ଦିଅଁ ଙ୍କ ସମୀପେ

କରି ଥାଆନ୍ତି ପ୍ରଣାମ।

 ଅରଜିଛି କେତେ ପୁଣ୍ୟ


ପୁନେଇଁ ପରବ ବିବାହ କି ବ୍ରତ

ପ୍ରାରମ୍ଭ ରେ ଲୋଡା ମୋର

ମୋହରି ଶିଖା ରେ ଯେତେକ ଅଶୁଭ

ହୋଇ ଯାଇଥାଏ ଦୂର

ନିଜେ ଦୁଃଖ ସହି ଆନ ମୁଖେ ହସ

ଫୁଟାଇବା ମୋର ଧର୍ମ।

 ଅରଜିଛି କେତେ ପୁଣ୍ୟ।


ମାଟି ବା ପିତ୍ତଳ ସୁବର୍ଣ୍ଣ କି ରୌପ୍ୟ

ଯିଏ ବା ଯେପରି ବାଛେ

ମୋତେ ଜାଳି ଦେଇ ଦେବତାଙ୍କ ପାଶେ

ନିଜ ମଙ୍ଗଳ ମନସେ

ସେହି ସମୟରେ ନିଜ କୁ ନିଜେ ମୁଁ

ମଣି ଥାଏ ଭାଗ୍ୟବାନ।

ଅରଜିଛି କେତେ ପୁଣ୍ୟ,,,,


ଦିଅଁଙ୍କ ସମୀପେ ଏତିକି ପ୍ରାର୍ଥନା

ପ୍ରତି ଜନ୍ମେ ଦୀପ ହୁଏ

ନିଜେ ଜଳି ମୁଁ ଯେ ସାରା ଜଗତ ର

ଅନ୍ଧାର ଦୂରେଇ ଦିଏ

ଦୀପ ଜନମ ମୋ ସାର୍ଥକ ହୋଇବ

ପ୍ରଭୁ ପାଖେ ନିବେଦନ।

ଅରଜିଛି କେତେ ପୁଣ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational