Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ଆସେ ଦୀପାଳି ସୃଷ୍ଟିର ବିନାଶ କାରକ

ଆସେ ଦୀପାଳି ସୃଷ୍ଟିର ବିନାଶ କାରକ

1 min
326



ବରଷକେ ଥରେ, ଆସେ ଦୀପାଳି

ହୋଇ ମଙ୍ଗଳ ଚିନ୍ତକ

ଆମେ ଏମିତି ପାଳୁଛେ, ସେ ହୁଏ 

ସୃଷ୍ଟିର ବିନାଶକାରକ ।


ବାଣ ଫୁଟାଉଛେ, ଦେହରେ ନିଆଁ 

ଲାଗିଲେ ନିଜେ ତ ମରେ

କେତେବେଳେ, ଅନ୍ୟ ଦେହରେ

ଲାଗି ତାହାକୁ ମାରେ ।


ସୁସ୍ଥ ପରିବେଶକୁ ପ୍ରଦୂଷିତ କରୁଛେ

ବିଷାକ୍ତ ବାଷ୍ପକୁ ପବନେ ଛାଡି

କହୁଛେ ନିଜକୁ ଏକବିଂଶ ଶତାବ୍ଦୀର ମଣିଷ

ଜାଣୁନେ ବିଶ୍ୱର ଉତ୍ତାପ ଯାଉଛି ବଢି ।


ପ୍ରକୃତି ବିରୁଦ୍ଧେ କରୁଛେ ଗତି, କରୁଛେ ବାୟୁ

ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ

ବଢି ଚାଲେ ରୋଗ, ବଢୁଛି ଉତ୍ତାପ, ଅତିଷ୍ଠ 

କରୁଛି ଜନତା ପ୍ରାଣ ।


ଆମେତ ବିବେକୀ, କେଉଁଟା ମଙ୍ଗଳ, ଭାବିବାର 

ସମୟ ଆସିଛି ଆଜି

ତ୍ୟାଗର ଦୀପାଳି ଜାଳିବା ବିଶ୍ବ ମଙ୍ଗଳ ପାଇଁ ଓ

ଭବିଷ୍ୟତ ପୀଢ଼ିର ମଙ୍ଗଳ ହେଜି ।


ଏତ ଅଟେ ଜ୍ଞାନାଲୋକର ପର୍ବ ଅଜ୍ଞାନ ଅନ୍ଧାରକୁ 

କରେ ଦୂର ଦୀପାବଳୀ

ଖୁସିର ମହକ ପ୍ରସାରିତ ହୁଏ, ଦେଖାଏ ଆମକୁ 

ପ୍ରଗତିର ପଥ ଦୀପାବଳୀ


ସଭିଙ୍କ ମନରୁ ଦୀପର ଜ୍ୟୋତିରେ କାମ, କ୍ରୋଧ, 

ଦ୍ୱେଷ ଓ ଅବିଶ୍ଵାସକୁ ଦିଅ ଜାଳି

"ରକ୍ଷକ" ଭକ୍ଷକ ହୋଇଛି, ନାଗରିକ ହେଉଛି ଭାଳି

ଜଳାଅ ସଭିଏଁ ଏକତା ପାଇଁ ମନର ଦୀପାଳି   


ଅନ୍ୟାୟ ଅନୀତି ଗ୍ରାସିଛି, ହାହାକାର ଶୁଭେ ଖାଲି 

ଦୁର୍ନୀତିକୁ କରିବା ବଡ 

କଳଙ୍କ, ସର୍ବେ ଜାଳି ଦେବେ ଆଜ ଦିନେ

ଭସ୍ମୀଭୂତ ହେବ ସେହି ସବୁ ଆନନ୍ଦ ଓ ସୁଖ 

ଦେଉ ସଭିଙ୍କ ମନେ 


ପ୍ରଜ୍ବଳିତ ହେଉ ଦୀପ ଦାନ, ଶ୍ରଦ୍ଧା ଓ ଭକ୍ତି ଅର୍ପଣ,

ପିତୃ ପୁରୁଷ ସମ୍ମାନ

ପ୍ରଜ୍ବଳିତ ହେଉ ହୃଦୟ ପ୍ରଦୀପେ କ୍ରାନ୍ତିର ଧାରା ଦୂର

ହେଉ ବିଷମୟ ପରିବେଶ ଓ ବିଷାକ୍ତ ମନ



Rate this content
Log in