Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ଅମୃତଧାରା

ଅମୃତଧାରା

1 min
338



ରୂପେଲି ପରଦା    ଚିତ୍ର ଝିଲିମିଲି

    ଇନ୍ଦ୍ରିୟ ଭୋଗ ଲାଳସା

କବନ୍ଧ ପରାଏ    କରେ କରାୟତ

    ପାଶ୍ଚାତ୍ୟ ଚଳଣୀ ଶିକ୍ଷା ।

ଶୃଙ୍ଖଳିତ ଆମ    ସମାଜ ବ୍ୟବସ୍ଥା

      ସ°ସ୍କାର ଓ ରୀତିନୀତି

ଅଭିନ୍ନ ଆମର    ଅଙ୍ଗ ଓ ପ୍ରତ୍ୟଙ୍ଗ

      ଅଜବ ବିକଟ ସ୍ଥିତି ।

ଆମର ଶରୀର    ହୋଇଯିବ ଯଦି

     ପଙ୍ଗୁ ମସ୍ତିସ୍କ ବିହୀନ

ନ ମାନିଲେ ବୋଲ   ହାତ ଆଉ ଗୋଡ଼

      ସଙ୍କଟ ହେବ ଉତ୍ପନ୍ନ ।

ଶରୀରରୁ ଆତ୍ମା    ହୋଇଲେ ବିଚ୍ଛେଦ

       ଇତର ଜଡ଼ ସଦୃଶ

ଦେବତ୍ୱ ହରାଇ     ହୋଇବ ମଣିଷ

    ବିଳାସୀ ଭୋଗୀ ରାକ୍ଷସ ।

ଅବିମୃଶ୍ୟ ଆମ    ବୁଦ୍ଧି ଓ ବିବେକ

      ବିକରାଳ କୁସ°ସ୍କାର

ରାହୁକେତୁ ପ୍ରାୟ    କରଇ ଗ୍ରସିତ

     ଘୋଟିଯାଏ ଅନ୍ଧକାର ।

ଆଲୋକର ଉତ୍ସ   ଜ୍ୟୋତି ସୂର୍ଯ୍ୟ ଚନ୍ଦ୍ର

      ଚିରନ୍ତନ ସତ୍ୟ ପଥ

ଜୀବନର ଯାତ୍ରା   କଲ୍ୟାଣକାରକ

      ସୁଖ ଶାନ୍ତି ପ୍ରଦାୟକ ।

ନିହିତ ସ୍ୱାରଥ    ଭୋଗ ଓ ବିଳାସ

      କଳମୁଷ ମ୍ଳେଚ୍ଛ ତତ୍ତ୍ୱ

ହେଉ ପରାହତ    ପ୍ରବୃତ୍ତି ରାକ୍ଷସ

     ଉଦବର୍ତ୍ତୁ ଧାରା ଅମୃତ ।

    



Rate this content
Log in

Similar oriya poem from Inspirational