ଜାଗ୍ରତ ହୁଅ
ଜାଗ୍ରତ ହୁଅ
ଦୀପାବଳି ର ଏ ପବିତ୍ର ମୁହୂର୍ତ୍ତ, ଆନନ୍ଦ ହୁଏ ମନ
ନାରୀ ନିର୍ଯ୍ୟାତନା ଶୁଣି ଶୁୁଣି କିନ୍ତୁ କାନ୍ଦେ ଆହତ ପ୍ରାଣ।
ଏପାଖେ ଜଳୁଛି ଧର୍ଷିତା ର କ୍ଷତ ବିକ୍ଷତ ଦେହ,
ମିଂଜି ମିଂଜି ଜଳେ ପବିତ୍ର ଦୀପାଳୀ
ତା ଅନ୍ତରୁ ଉଠେ କୋହ।
ଫୁଲ, ନୈବେଦ୍ୟ ଆଲୋକ ଦୀପାଳୀ
ପାଷାଣ ପ୍ରତିମା ପାାଇଁ,
ଏ ପାଖରେ ଖାଲି ହା ହତାଶ,ମାନବିକତା
ଯାଇଛି ଶୋଇ।
ସେପାଖେ ଜଳୁଛି ଧର୍ଷିତାର ଦେହ ଲେଲିହାନ
ଶିଖା ଦେଇ,
ଏପାଖେ ଜଳୁଛି ମା'ପାଖେ ଦୀପ ଘୃତ,
କର୍ପୂର ନେଇ।
ଖଇ କଉଡିର ଅଂଜୁଳି ଭିତରେ ଶୁଭେ
ରାମ ନାମ ସତ୍ୟ,
ନୈବେଦ୍ୟ ର ସେଇ ପୂୂଜାଥାଳୀ ପରେ
ବଡବଡୁଆ ଙ୍କ ଡାକ।
ଅନ୍ୟାୟ, ଅନୀତି, ବ୍ୟଭିଚାର ଆଉ ନିର୍ଯାତନା ଦୂରହେଉ
ସତ୍ୟ,ନ୍ୟାୟ ,ନାରୀ ସମ୍ମାନ ପ୍ରତିଟି ଜିହ୍ଵା କହୁ।
ଆଧୁନିକତାର ଚିତ୍କାର କରି ଅସଭ୍ୟ କାହିଁକି କୁହ, ମା'କୁ ପୂଜିବା ପୂର୍ବରୁ ଥରେ ନାରୀକୁୁ ସମ୍ମାନ ଦିଅ
ହୃଦୟ ଦୀପରେ ମନର ସଳିତା,
ଭକ୍ତିିଅଶୃର ତେଲ ଦେଇ
ଜାଳିଦେ ଦୀପାଳୀ ,ଅଜ୍ଞାନ ଅନ୍ଧାର
ଦୂର କରିବାର ପାଇଁ।
ହୃଦୟରେ ତୋର ଆଲୋକ ର ଶୀଖା
ଜଳୁଥାଉ ନିରନ୍ତର,
ସେ ଆଲୋକ ଶିଖା ଦେଖାଉ ତତେ
ସଭ୍ୟତାର ପୂଣ୍ୟ ପଥ।
ଆଡମ୍ବରେ ପୂଜା ଚାହେଁ ନାହିଁ ମା'
ଚାହେଁ ସେ ଭକ୍ତି ଭାବ,
ଜାଗ୍ରତ ହୁଅ, ଜାଗ୍ରତ ହୁଅ
ଶୁୁଣିିିବା ପୂର୍ବରୁ ମା'ର ଅଭିଶାପ ।