Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Inspirational

3  

Bharatabandhu Biswal

Inspirational

ତୁମେ ତ ଜୀବନ ଦୀପ

ତୁମେ ତ ଜୀବନ ଦୀପ

1 min
286



ତୁମେ ଜଗନ୍ନାଥ  ଜଗତର ନାଥ

   ଦୀପଜ୍ୟୋତି ପର°ବ୍ରହ୍ମ

ତୁମେ ସନାତନ  ପତିତ ପାବନ

   ଶ୍ରୀକୃଷ୍ଣ ପୁରୁଷୋତ୍ତମ ।


ଘୋର ପାପ ତାପ  ଅଜ୍ଞାନ ଅନ୍ଧାର

   ଦୁଃଖ କଷ୍ଟ ମହାମାରୀ

ପ୍ରବଳ ପ୍ରକୋପ   କରଇ ଆଚ୍ଛନ୍ନ

    ଯାଉଅଛି ବୁଦ୍ଧି ହଜି

ଆଜ ଶୁଭ ଦିନ   ଜଳାଇ ପ୍ରଦୀପ

    କରୁଛି ମୁଁ ନିବେଦନ ।

ତୁମେ ଜଗନ୍ନାଥ ----


ଘନ ଅନ୍ଧକାର   ବୁକୁ ଚିରି ଜାଗୁ

   ଭକ୍ତି ନିଷ୍ଠା ସମର୍ପଣ

ପର ଉପକାର   କର୍ତ୍ତବ୍ୟ କରମେ

   ହେଉ ଜଗତ କଲ୍ୟାଣ

ନ ହେଉ ମଣିଷ   ପଥ ବାଟବଣା

   ଅନୁସରୁ ସତ୍ୟ ଧର୍ମ ।

ତୁମେ ଜଗନ୍ନାଥ-----


ପ୍ରତିଟି ଅନ୍ତର  ହେଉ ଉଜାଗର

   ଜ୍ଞାନୋଦୀପ୍ତ ହେଉ ମତି

ତୁମେ ଜଗନ୍ନାଥ  ଜୀବନ ପ୍ରଦୀପ

   ଦିଅ ମୁକ୍ତି ସଦଗତି

ବଡ଼ଦାଣ୍ଡେ ଚଳୁ  ଜାତି ନନ୍ଦିଘୋଷ

   ଉଲ୍ଲସୁ ଆଲୋକ ପ୍ରାଣ ।

ତୁମେ ଜଗନ୍ନାଥ -----



Rate this content
Log in