Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ନଈବଢ଼ି ଦେଖିଲି

ନଈବଢ଼ି ଦେଖିଲି

1 min
351


ନଈବଢ଼ି ଟିକେ ଦେଖିବା ପାଇଁ

ଠିଆ ହେଲି ବନ୍ଧ ଉପରେ ଯାଇ

ଦେଖେ ତଳକୁ

ପାଣି ଚୁମ୍ବିଲାଣି ବନ୍ଧ ମୂଳକୁ ।


ଦୁଇକୂଳ ଚାପି ବଢ଼ୁଛି ନଈ

କୂଳରୁ ଅତଡ଼ା ଖସି ପଡ଼ଇ

ଗୋଳିଆ ପାଣି

ଫେଣ କାଠି କୁଟା କେତେ କେଜାଣି ।


ସୁ ସୁ ଗର୍ଜନ ଭୟ ସଂଚାର 

କାଳ ସର୍ପିଣୀ କି କରେ ଫୁତ୍କାର

ଭାଙ୍ଗଇ ଘାଇ

ଗାଆଁ ଗଣ୍ଡା ଘର ନିଏ ଭସାଇ ।


ସ୍ରୋତ ଗତି ଦେଖେ କି କ୍ଷିପ୍ରତର

ପ୍ରକୃତି ତାଣ୍ଡବ କି ଭୟଙ୍କର

ଦେଖି ନେତ୍ରରେ

ଚିନ୍ତେ ଜଗନ୍ନାଥ ଶଙ୍ଖ କ୍ଷେତ୍ରରେ ।


ଦେଖାଯାଏ ଜଳ ଅର୍ଣ୍ଣବମୟ 

ଏକୂଳ ସେକୂଳ ସାଜେ ପ୍ରଳୟ

ଦିନକୁ ଥରେ

ଘାଟ ଡଙ୍ଗା ପଝାରି ପାରିକରେ ।


ବଡ଼ ବଡ଼ ଗଛ ନଦୀକୂଳରୁ

ଉପୁଡ଼ି ପଡ଼ଇ ସ୍ରୋତ ପ୍ରଖରୁ

ଗୃହପାଳିତ

ପଶୁ ବନ୍ୟାଜଳେ ହୋନ୍ତି ପୀଡ଼ିତ ।


ଗଛ ଡାଳ ଆଶ୍ରା କରି ବିକଳେ 

ଭାସି ଯାଉଥାନ୍ତି ବନ୍ୟାର ଜଳେ 

ଦେଖେ ଚାକ୍ଷୁଷ 

ଏକ ଠାବେ ସର୍ପ ବାଘ ମଣିଷ ।


ଧୋଇନିଏ ଶ୍ୟାମ ଶସ୍ୟ କେଦାର

ବାଲିଚର କରିଦିଏ ଅପାର

ଜଳବାହିତ

ରୋଗରେ ମଣିଷ ହୁଏ ପତିତ ।


ନଦୀବଢ଼ି ଦୃଶ୍ୟ କି ଭୟଙ୍କର

ଦେଖି ହଂସା ଉଡ଼ିଗଲା ମୋହର

ଧନ୍ୟ ଈଶ୍ୱର

ପ୍ରକୃତି ପ୍ରକୋପ କି ଭୟଙ୍କର ।



Rate this content
Log in

Similar oriya poem from Inspirational