STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ଜନତା ହେ ଶୁଣ

ଜନତା ହେ ଶୁଣ

1 min
422

ଦିଅ ହେ ଜନତା ଜନାର୍ଦ୍ଦନ ଡ଼ାକ

ଯୁଦ୍ଧଂଦେହିର ଡ଼ାକରରେ ଗାଁ ଗଣ୍ଡା କର ପ୍ରକମ୍ପିତ

ଗଣତନ୍ତ୍ର ଧ୍ୱଂସପଛରେ ନିରୁପାୟ ନିର୍ବାଚନର ହାତ, 

ହୋଇ ଚୌକି ଓ କ୍ଷମତାରେ ଅନ୍ଧ

କରି ଅନ୍ୟାୟ ଆଉ ଅତ୍ୟାଚାର

କେତେ ଅଧିକାର ଓ ସରଳତାକୁ କରନ୍ତି ସେ ବଧ

ଗଣତନ୍ତ୍ରର ଗଳାବାଟ ଦେଇ ଲେଖିଲେଣି ନିବନ୍ଧ

ସେମାନେ ହିଁ ଆଇନକାନୁନ ବ୍ୟବସ୍ଥା

ଆଉ ସମ୍ବିଧାନର ଭିତର ଓ ପ୍ରଛଦ, 

ଲକ୍ଷ୍ୟ ଓ ଉଦ୍ଦେଶ୍ୟ କେବଳ ଭୋଟ କର ଆପଣାର

ରାଜନୀତି ନାମକୁ ମାତ୍ର ସେବା ପ୍ରକୃତ ବେପାର

ନେତାଗଣ ସେବାଠାରୁ ସହସ୍ରକୋଟି ବର୍ଷ ଦୂର 

ଲଜ୍ଜାହୀନ ହୋଇ ଗୀତ ଗାଆନ୍ତି ମିଛ ଆଦର୍ଶର, 

ମିଛ ପ୍ରତିଶ୍ରୁତି କୁମନ୍ତ୍ରର କରି ଉଚ୍ଚାରଣ

ନିଜ ବିବେକ ଓ ଆତ୍ମାକୁ ଖିନଭିନ୍ କରି

ହୀନନୀତିରେ ପତାକା ଉଡ଼ାଇ କେତେ ମୁଣ୍ଡ କିଣ

ମୁଣ୍ଡ ବିକନି ହେ ଆଉ ଜନତା ନେହୁରା ହେଉଛି

ରାଇଜରେ ସତ୍ୟ ଧର୍ମ ରହୁ ହେ ଜନଗଣ, 

ମାଗଣା ଖିଆରେ ନିଜକୁ କରନି ବେହୋସ

ଖଟିଖିଆ ଜାତି ଆମେ କାହିଁକି ଏ ଅଳସ

ଦଳଦଳ ଧଳାହାତୀ ଦଳ ଧସେଇ ପଶିଛନ୍ତି

ତୁମ ଘର ଚୁଲିମୁଣ୍ଡଯାଏ ନିଜ ଘର ସୁରକ୍ଷିତ କର

ତୁମକୁ ମଦରେ ଭସାଇ ସେମାନେ ଶାନ୍ତିରେ ମାରନ୍ତି ନିଃଶ୍ୱାସ

କାହିଁକି ହତାଶ ବୀର ତୁମେ କର ନାହିଁ ଭୟ 

ତୁମପାଇଁ ଅଛି ମାଟି, ପାଣି, ପବନ ଓ ବିଶାଳ ଆକାଶ, 

ଶୋଇପଡ଼ନି ଆଉ ସ୍ୱାଭିମାନ ମନ ଛାଡ଼ି 

ସମାଜରେ ଶୁଭିଲାଣି ଅଗଣତନ୍ତ୍ରରେ ଡ଼ାକ ମଣିଷର 

ଭୟଭୀତ ଓ ବିକଟାଳ ରଡ଼ି ଶୁଣ ଟିକେ କାନଡେରି

ଖବର ରଖ ନଜର ଦିଅ ସତ କେତେ ମିଛ କେତେ

ଅଧିକାର ତୁମ ନିଜେ ବୁଝ

କାହିଁକି ହେଉଛ ଭବିଷ୍ୟର ବୋଝ ଭଳି

କର ପଥ ଉନ୍ମୁକ୍ତ ଆଗାମୀ ପିଢି ଅଳସୁଆ ଯେମିତି ନ ହେଉ

ଆହ୍ୱାନ ପରିସ୍ଥିତି ଦେଉଛି ଶିକ୍ଷିତ ହୋଇ ଛିଡ଼ାହୁଅ ଅଣ୍ଟାଭିଡ଼ି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational