Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ସ୍ଥାନ

ସ୍ଥାନ

1 min
356



ପିତା ମାତା ମୋର ଚଳନ୍ତି ଠାକୁର

   ତାଙ୍କ ସ୍ଥାନ ହୃଦାସନେ

ଜଗତ ଜୀବନ ମୋ ପରମ ଧନ

  ନିବସନ୍ତି ମୋର ମନେ ।

ଶ୍ରୀପଦରେ ସ୍ଥାନ ଦେବ ହେ ଠାକୁର

   ଏଇ ମୋର ନିବେଦନ

ନଆସିବି ଭଵ ଆହେ ଜୀଵଧବ

   ଦୁଃସହ ଗର୍ଭ କଷଣ ।

ମାତୃଗର୍ଭ ଜ୍ଞାନ ଭୁଲିଛି ଅଜ୍ଞାନ

  ଦିଅ ଥରେ ଦରଶନ

ମରତେ ଭ୍ରମିଲି ଅନେକ ସ୍ଥାନରେ

   ସରିନି ନିତ୍ୟ ଭ୍ରମଣ ।

ଯେ ସ୍ଥାନେ ରହିବି ସେ ସ୍ଥାନର ମାନ

  କରିବି ମୁଁ ବର୍ଦ୍ଧମାନ 

ବିଦ୍ୟାଳୟେ ନେଲି ଶିକ୍ଷାର୍ଥୀର ସ୍ଥାନ

  ଚାକିରୀରେ ବ୍ୟବସ୍ଥାନ ।

ପଦବୀର ସ୍ଥାନ ମାନ ସଂରକ୍ଷଣେ

  ଢାଳିଦେଲି ମନ ପ୍ରାଣ

ବିଭା ହେବାପରେ ସ୍ୱାମୀ ସ୍ଥାନ ନେଲି

  ସଂସାର ଚକ୍ର ବିଧାନ ।

ସନ୍ତାନ ସନ୍ତତି ହୁଅନ୍ତେ ପ୍ରାପତି

  ପିତା ସ୍ଥାନ ନେଇଗଲି

ପିତା ଆସନରେ ମୂରବୀ ମର୍ଯ୍ୟାଦା

   ଭାର ବୋହି ସରିଗଲି ।

ସମାଜରେ ନାଗରିକ ରୂପେ ସ୍ଥାନ

   ବାର୍ଦ୍ଧକ୍ୟେ ବରିଷ୍ଠ ହେଲି

ଏବେ ଜେଜବାପ ଆସନେ ଅଧିଷ୍ଠ

   ନାତିଙ୍କ ସଙ୍ଗରେ ବେଲି ।

ଆସୁଛି ସମୟ ହେ କରୁଣାମୟ

    ଚିତାରେ ନେବି ମୁଁ ସ୍ଥାନ

ସେହି ସ୍ଥାନ ସତ୍ୟ ଆନ ତ ଅସତ୍ୟ

   ସାହା ହୁଅ ଭଗବାନ ।



Rate this content
Log in

Similar oriya poem from Inspirational