STORYMIRROR

shmitaa mohanty

Inspirational

3  

shmitaa mohanty

Inspirational

ଅନୁଚିନ୍ତା

ଅନୁଚିନ୍ତା

1 min
392

ଛୋଟ ଛୋଟ ଡେଣା ମେଲି

ଛୋଟ ଗେଣ୍ଡାଳିଆଟି

ଦୂରେ ବହୁ ଦୂରେ

ଆକାଶର ବୁକୁ ଚିରି

ଉଡିଯାଏ ନିଜ ଗନ୍ତବ୍ୟ ସ୍ଥଳକୁ

ପଛକୁ ସେ ଚାହେଁନା

କିଛି ବି ଭାବେନା

ନ ଥାଏ ତାର ଟିକେ ଅବଶୋଷ

ଯେତିକି ହେଲା.....

ସେତିକିରେ ସନ୍ତୁଷ୍ଟ ହୋଇ

ଭେଟି ଦିଏ ନିଜ ପରିଜନଙ୍କୁ

ସାରା ଦିନର କ୍ଳାନ୍ତିକୁ

ଏତେ ପରିଶ୍ରମର କ୍ଷୁଦ୍ରାତି କ୍ଷୁଦ୍ର ଗ୍ରହକୁ

ବାଣ୍ଟି ଦିଏ ସେ.....

ହେଲେ.....

କେହି ପଚାରନ୍ତି ନାହିଁ

ତୁମର କଣ ଲୋଡା

ତୁମେ କେମିତି ଅଛ

ସଭିଏଁ ବ୍ୟସ୍ତ ଥାଆନ୍ତି ନିଜ ନିଜ ଭିତରେ

କିନ୍ତୁ....

ଗେଣ୍ଡାଳିଆଟି ଶୋଇଯାଏ

ନିଶ୍ଚିତରେ ଅପେକ୍ଷାରେ

ଆଗାମୀ ସକାଳର

ସେ ଜାଣିଛି

ପୁଣି ତାକୁ ଯିବାକୁ ହେବ

ଦୂରେ ବହୁ ଦୂରେ

ସେଇ ନୀଳ ଗଗନର ସୁଉଚ୍ଚ ବୁକୁଚିରି

ସାଉଁଟିବାକୁ କର୍ତ୍ତବ୍ୟ କରିବାକୁ

ସେଇ ସମ୍ପର୍କରେ ବନ୍ଧା ସ୍ୱାର୍ଥୀ ସ୍ୱଜନଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational