କିଏ ଅଛି ଅନ୍ଧାରରେ
କିଏ ଅଛି ଅନ୍ଧାରରେ
ସ୍ତ୍ରୀ ଭାବୁଛି କାନ୍ତ ମୋହର
ଶୋଇଛନ୍ତି ଅନ୍ଧାରରେ
ଆର ଘରେ ନିରବରେ ;
କ୍ଲାନ୍ତି ଭରି ଏକାନ୍ତରେ .
ଖାଇଛନ୍ତି ତ ଔଷଧ
ଘାରିସାରିବଣି ନିଦ,
ଲୋଡ଼ା ନାହିଁ ମୋର ସଙ୍ଗ
ଯେଣୁ ବୃଦ୍ଧ ଅବସ୍ଥାରେ
ଭାବି ଶୁଏ ଅଚିନ୍ତାରେ.
ହେଲେ ସ୍ତ୍ରୀ ଶୋଇଲା ପରେ ,
ସ୍ବାମୀ ଖେଳ ସବୁ ବାହାରେ ;
ଭାରି ଗପ ରାତି ଅଧରେ ;
ଫୋନ ଜଳେ କମଳ ଭିତରେ
ନିଦ ଭାଙ୍ଗେ ପାହାନ୍ତାରେ,
ମେସେଜ ଆସିଥିବ କାଳେ ;
ରାତି ସାରା କଳା ଘରେ
ଏହି ପରି ଖେଳ ଚାଲେ ..
ସ୍ତ୍ରୀ ଉଠିଲା ବେଳକୁ
ଅନିଦ୍ରା ନିଦ ନସରେ
ଭାଙ୍ଗେ ନିଦ ଚା' କପରେ
ଚା' ପିଉପିଉ ଭାବ ଥରେ
କିଏ ଅଛି ଅନ୍ଧାରରେ ?
