Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଥକା ମନ ଚାଲ ଏଥର

ଥକା ମନ ଚାଲ ଏଥର

1 min
317


  ଥକା ମନ ଚାଲ ଏଥର 

କାର୍ତ୍ତିକେ ତୀରଥ ଶିରିକ୍ଷେତର l (ଘୋଷା )

ସିନ୍ଧୁ ତଟେ ସେ କ୍ଷେତ୍ର ବର 

ତହିଁ ବିଜେ କଳି ଠାକୁର 

କାଳିଆ ବଳିଆ ଭଦ୍ରା ସୁଦର୍ଶନ 

ଚତୁର୍ଦ୍ଧା ମୂରତି କେଡେ ସୁନ୍ଦର ll 

ଏକାମ୍ରରେ ଲିଙ୍ଗ ଦର୍ଶନ 

ଗଉରୀ ପାର୍ବତୀ ନନ୍ଦନ 

ଦକ୍ଷିଣେ ଚଳିବା ଶ୍ରୀକ୍ଷେତ୍ର ଧାମକୁ 

ଭୁବନେଶ୍ୱରରୁ ନୁହେଁଟି ଦୂର ll

ବାଟେ ଦାଣ୍ଡ ମୁକୁନ୍ଦ ପୁର  

ବିଜେ ତହିଁ ବ୍ରଜ ସୁନ୍ଦର  

ଶ୍ରୀଜୟଗୋପାଳ ସୁନ୍ଦର ମୂରତି  

ଭକ୍ତ ସାଲବେଗ ଜନମପୁର ll 

ପଥରେ ପୁଣି ବାଲି ଗାଆଁ  

ପୀଠ ତହିଁ ଭକ୍ତ ଦାସିଆ  

ନଡ଼ିଆ ହାତରେ ବସିଛି ବାଉରୀ 

ହାତ ବଢ଼ାଇଲେ କଳା ଠାକୁର ll 

ପୁଣି ଆସେ ବକୁଳ ବନ  

ବିଜେ ତହିଁ ନନ୍ଦ ନନ୍ଦନ  

ଶ୍ରୀରାଧାରାଣୀଙ୍କି ଦରଶନ କର  

ସାକ୍ଷୀଗୋପାଳ ସେ ସାକ୍ଷୀ ଠାକୁର ll 

ବାଟରେ ମା' ବାଟ ମଙ୍ଗଳା  

ଆଗେ ଅଛି ଅଠର ନଳା  

ମଙ୍ଗଳେ ମାଆଙ୍କୁ ମୁଣ୍ଡିଆ ମାରିବା 

ଦର୍ଶନ କରିବା ନୀଳ ଚକର ll 

ନୀଳଚକ୍ରେ ଉଡ଼ୁଛି ବାନା  

କର ଯୋଡ଼ି କର ପ୍ରାର୍ଥନା  

ପତିତପାବନ ନାମଟି ତାହାର  

ଦୂରିତ ପଳାଏ ଦର୍ଶନେ ଯାର ll 

ସିଂହଦ୍ୱାରେ ପ୍ରବେଶ ଏବେ  

ଅରୁଣ ବସିଛନ୍ତି ସ୍ତମ୍ଭେ  

ପତିତ ତାରଣେ ପତିତପାବନ 

ଭକ୍ତି ଭରେ ତାଙ୍କୁ ଜୁହାର କର ll 

ଗୁମୁଟେ ଫତେ ହନୁମାନ  

ଆଶୀର୍ବାଦ ତାହାଙ୍କ ଘେନ  

କାଶୀ ବିଶ୍ୱନାଥେ ଦରଶନ କରି  

ବାଇଶି ପାହାଚେ ଗମନ କର ll 

ଗର୍ଭ ଗୃହେ ହରି ବାହନ  

ଗରୁଡ଼ ସେ ପକ୍ଷୀ ରାଜନ  

ଗରୁଡ଼ ସ୍ତମ୍ଭକୁ ଆଲିଙ୍ଗନ କରି  

ଚତୁର୍ଦ୍ଧା ମୂରତି ଦର୍ଶନ କର ll 

ତା'ପରେ ବେଢ଼ା ପରିକ୍ରମା  

ମା' ବିମଳା ସାଗର ଜେମା  

ବଟ ଗଣେଶଙ୍କୁ ଦରଶନ କରି  

ଆଶିର୍ବାଦ ଘେନ ଷୋଳ ଵିପର ll 

ସେବା କର ଅବଢ଼ା ଅନ୍ନ  

ସାକ୍ଷାତେ ଅମୃତ ସମାନ  

ଆନନ୍ଦ ବଜାର ଭକତ ଗହଳ  

ବୈକୁଣ୍ଠ ଦର୍ଶନ ସମାପ୍ତ କର ll



Rate this content
Log in

Similar oriya poem from Inspirational