STORYMIRROR

GAGAN KUMAR DASH

Children

3  

GAGAN KUMAR DASH

Children

ଗୁରୁ

ଗୁରୁ

1 min
221


ଗୁରୁ ମୋର ପ୍ରଭୁ  ଗୁରୁ ମୋ ଦେବତା

     ଗୁରୁ ମୋର ହିତକାରୀ,

ଗୁରୁଙ୍କ ଆଦେଶେ    ସୁକର୍ମ କରିବି

     ଜପିବି ନାମ ତାଙ୍କରି ।


ଜୀବନେ ମରଣେ    ଗୁରୁ ନାମ ଜପି

       ମୁକତି ଲଭିବି ମୁହିଁ,

ଏତିକି ଦିଅହେ   ପରମ ଦେବତା

   ଆଉ କିଛି ଲୋଡା ନାହିଁ ।


ଗୁରୁ ଭକ୍ତି ଅର୍ଘ୍ୟ   ଚନ୍ଦନେ ସେବିତ

      ସେବୁଥିବି ନିତି ଦିନ,

ସେବାରେ ମୋ ମନ   ଚରଣେ ଅର୍ପିବି

        ପଦାରବିନ୍ଦେ ମୋ ମନ ।""




Rate this content
Log in

Similar oriya poem from Children