Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Inspirational Children

3  

Kanduri Charan Rout

Inspirational Children

ଗୁରୁ

ଗୁରୁ

1 min
181



ଅଜ୍ଞାନ ଅନ୍ଧାର କରିଥାନ୍ତି ଦୂର

ଜ୍ଞାନର ଆଲୋକ ଜାଳି

ଅବାଟରୁ ସିଏ ବାଟକୁ ଆଣନ୍ତି

ଦେଇ ପୁଣି ମିଠା ଗାଳି ।


ଛାଇ ପରି ସଦା ପାଖେପାଖେ ରହି

ଦେଖାଇ ଦିଅନ୍ତି ବାଟ

ବାପାମାଆ ପରି ଆକଟ କରନ୍ତି

ହୃଦେ ଧରି ଜ୍ଞାନ ଛାଟ ।


ବିଦ୍ୟାଳୟ ରମ୍ୟ ଉପବନେ ସିଏ

ଦାୟିତ୍ବସଂପନ୍ନ ମାଳୀ

ଛାତ୍ରଛାତ୍ରୀ ତାଙ୍କ ସେବା ଯତନରେ

ଫୁଟିଥାନ୍ତି ଭଳିଭଳି ।


ତାଙ୍କରି କୋମଳ ପରଶରେ ସିନା

ଶିକ୍ଷାର କୁସୁମ ଫୁଟେ

ଭୂମିରୁ ଭୂମାକୁ ଦିଗ ଚହଟାଇ

ସୁବାସ ତାହାର ଛୁଟେ ।


ସଳିତାଟେ ଭଳି ନିଜେ ଜଳିଜଳି

ଫୁଟାନ୍ତି ମଣିଷ ଫୁଲ

ହସିହସି ସଦା କର୍ତ୍ତବ୍ୟ କରନ୍ତି

କିଏ ହେବ ତାଙ୍କ ତୁଲ ।


ତାଙ୍କରି ଚରଣେ ଢାଳିଦିଏ ଦେଶ

ଭକତିର ଫୁଲ ହାର

ଗୁରୁଦେବ ବ୍ରହ୍ମା, ଗୁରୁଦେବ ବିଷ୍ଣ 

ଗୁରୁଦେବ ମହେଶ୍ବର ।

  


Rate this content
Log in

Similar oriya poem from Inspirational