ଗୁରୁ ଶ୍ରେଷ୍ଠ
ଗୁରୁ ଶ୍ରେଷ୍ଠ
ଗୁରୁ ଅନ୍ଧାରରୁ ଆଲୋକ ଆଡକୁ ନିଅନ୍ତି
ପଥପଦର୍ଶକ ସାଜି
ମାନିଲେ ଇଶ୍ୱରଙ୍କ ସତ୍ତା ପରି ପ୍ରତ୍ୟେୟମାନ
ନହେଲେ ରାଜି କି କରିବ କାଜି
ଗୁରୁ ସ୍ରଷ୍ଟା ଦିବ୍ୟଦ୍ରଷ୍ଟା ପଥ ଓ ପାଥେୟ
ଉପଦେଶ ତାଙ୍କ ହେଜି
ପଦାଙ୍କ ଅନୁସରଣ କରି ଚାଲିଲେ
ଝୁଣ୍ଟି ନପଡିବା ନଯିବା ଭାଜି
ଗୁରୁ ପଦବାଚ୍ୟ ସମସ୍ତେ ହେଲେ ଯିଏ ବଡ଼
ତାଙ୍କୁ ହେଜି ଜ୍ଞାନ ମାଜିମୁଜି
ଗୁରୁଙ୍କୁ ଅନୁସରଣ କଲେ ବିପଦ ନଥାଏ ଭଲେ
ବିଶ୍ୱାସରେ ନିଶ୍ୱାସ ନେବା ଆଖି ମୁଜି
କର୍ଣ୍ଣ ଗୁରୁ ବିଦ୍ୟାଗୁରୁ ପିତାମାତା ଗୁରୁ ବଡ଼ମାନେ ଗୁରୁ
ନହେବା ଖୋଜି ଆଦର୍ଶରେ ଭିଜି
କର୍ତ୍ତବ୍ୟ କର୍ମ ନୀତି ନିୟମ ପାଳିଲେ
ସ୍ବର୍ଗୀୟ ଅନୁକମ୍ପା ଆଜି
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର
ଜଗନ୍ନାଥ ରୂପେ ଭାଇ ଗଗ୍ନିଙ୍କ ସାଥେ ସାଜି
ରତ୍ନବେଦୀ ପରେ ଗରୁଡ଼ ଆଗରେ ଅରୁଣ ପଛରେ
ଅବତାରୀ ଅବତରି ଗୁରୁ ପଦରାଜି
ଲୀଳା ଖେଳା ସଂସ୍କୃତି ଭାଇଚାରା ପର୍ବ ପର୍ବାଣୀରେ
ଗୁରୁ ବେଶେ ମନୋହର ମଦନ ମୋହନ ବିରାଜି
ମୋ ଦେଶ ଗୁରୁ ପୂଜନ ପରମ୍ପରା ଆଦ୍ୟାବଧି
ଅଛି ଥିଲା ଥିବ ରାମାୟଣ ମହାଭାରତ ସାଜି ।
