ଗୁରୁ ଶିଷ୍ୟ ସଂପର୍କ
ଗୁରୁ ଶିଷ୍ୟ ସଂପର୍କ
ପବିତ୍ର ପ୍ରତୀକ ପ୍ରତୀୟ ମାନ ଯେ
ପ୍ରତି ହୃଦ ଅନ୍ତରାଳେ
ଦ୍ରୋଣ ଏକଲବ୍ୟ ଅର୍ଜୁନ ସୌଭାଗ୍ୟ
ଦୃଷ୍ଟାନ୍ତ ଯେ ରସାତଳେ
ଯୁଗ,ଯୁଗ ପାଇଁ ସେ ଅମର
ବେଦ ପୁରାଣରେ ସ୍ଵର୍ଣ୍ଣ ଅକ୍ଷରରେ
ଲିପିବଦ୍ଧ ନାମ ଯାର।।
ଅଜ୍ଞାନର ଜ୍ଞାନ ଦାତା ଗୁରୁ ଜ୍ଞାନ
ଅନ୍ଧାରେ ଆଲୋକ ପଥ
ଦିବ୍ୟଜ୍ଞାନ ଦାତା ସର୍ବାଗ୍ରେ ପୂଜିତା
ପ୍ରଥମ ସ୍ମରଣେ ସେତ
ପ୍ରତି,କାର୍ଯ୍ୟରେ ବନ୍ଦନା ଗୁରୁ
ପିତାମାତା ଆଦ୍ୟ ଗୁରୁ ଜୀବନର
ବିଦ୍ୟା ଯେ ଦ୍ୱିତୀୟ ଗୁରୁ।।
ନିବିଡ ସଂପର୍କ ଗୁରୁ ଶିଷ୍ୟ ମଧ୍ୟେ
ଶିଷ୍ୟ ଗୁରୁ ଆଜ୍ଞା ବହି
ଅଥଳ ସାଗର ଲଙ୍ଘି ସେ ପାରଇ
ଅଟଳ ବିଶ୍ୱାସୀ ହୋଇ
ଯେବେ,ଗୁରୁ ପାଦ ଯେ ନ ସେବେ
ଗୁରୁ ଶିଷ୍ୟଙ୍କର ସମ୍ପର୍କର ଡୋର
କଳଙ୍କ କାଳିମା ଲାଗେ।।
ଗୁରୁ ଦେଲେ ଦଣ୍ଡ ଉନୁମୁକ୍ତ କାଣ୍ଡ
ଭିଆନ୍ତି କେଉଁଠି ଶିଷ୍ୟ
ଗୁରୁ ବିଭା ହେଲେ ଶିଷ୍ୟାଙ୍କ ସାଥିରେ
ଅନ୍ଧାର କରି ଭବିଷ୍ୟ
ଏଇ,ଯୁଗେ ଗୁରୁ ଶିଷ୍ୟ ଭାବ
ପବିତ୍ର ବଦଳେ ଅପବିତ୍ର ଭରେ
ଶିକ୍ଷା କ୍ଷେତ୍ରେ ତା ପ୍ରଭାବ।।
ଯିଏ ଶିକ୍ଷା ଦାନେ ଲିପ୍ତ ପାପ କାମେ
ଅବା ଆଣେ କୁସଂସ୍କାର
ଶିକ୍ଷାର ପ୍ରାଙ୍ଗଣେ କଳଙ୍କ ଏମାନେ
ଘୃଣା କରେ ଏ ସଂସାର
ନାହିଁ, ସେହି ଦିନ ଗୁରୁକୁଳ
ନାହିଁ ସେ ପବିତ୍ର ବନ୍ଧନ ସଂପର୍କ
କଳୁଷିତ ଗୁରୁ କୁଳ।।