ଗୁରୁ ଶିକ୍ଷକ
ଗୁରୁ ଶିକ୍ଷକ


ଗୁରୁ ଶିକ୍ଷକ
ଗୁରୁ ଶୀତଳ ଜଳ ସଦୃଶ
ଜ୍ଞାନ ଜଳ ଦାନରେ ଶିଷ୍ୟ ବିକଶିତ
ଗୁରୁ ହିଁ ଜ୍ଞାନ ପ୍ରଦାୟକ
ଗୁରୁଙ୍କ ମହିମା ବର୍ଣ୍ଣନ ଦୁରୁହ ବ୍ୟାପାର
ମା ପରି ଗୁରୁ ବି ମହାନ
ଶିଷ୍ୟ ଲୁହା ପରି ହେଲେ ହେଁ
ଗୁରୁ ସଂସ୍ପର୍ଶରେ ଆସି ହୁଅଇ ସୁବର୍ଣ୍ଣ।
ଗୁରୁଙ୍କ ସକାରାତ୍ମକ ଦୃଷ୍ଟିକୋଣ ରେ
ଚମକି ଉଠେ ଶିଷ୍ୟର ଅସ୍ତିତ୍ବ ଓ ଜ୍ଞାନର ଶିଖା
ସବୁବେଳେ ଗୁରୁଙ୍କ ହସ ଓ ସରସ କଥା
ତୃଷାର୍ତ୍ତ ଶିଷ୍ୟଙ୍କ ପାଇଁ ଶୀତଳ ଜଳ ସଦୃଶ।
ଗୁରୁଙ୍କ ଭାବନାରେ ସେବା ମନୋବୃତ୍ତି
ନିଃସ୍ବାର୍ଥ ଭାବରେ ସେବା
କର୍ତ୍ତବ୍ୟ-ପରାୟଣତା ର ଦାୟିତ୍ବ
ସମୟର ମୂଲ୍ୟବୋଧ ସହ କାର୍ଯ୍ୟ ନିଷ୍ପାଦନ
ଗୁରୁଙ୍କ ଜୀବନ ଆଦର୍ଶ
ଶିଷ୍ୟ ଅନୁରୁକ୍ତ ହେଲେ ଜୀବନ ସାର୍ଥକ
ପାଠ୍ୟକ୍ରମ ହେଉ ଅବା ଶିକ୍ଷା ଦାନ
ସରଳ ହେଉ କି ଜଟିଳ
ଶିକ୍ଷା ପ୍ରତି କୌତୁହଳ ସୃଷ୍ଟି କରେ ଗୁରୁ
ବିନା ଅବଶୋଷ ରେ ଆଦର୍ଶ ଶିକ୍ଷାର ପନ୍ଥା
ଶିକ୍ଷା ହିଁ ଗୁରୁଙ୍କ ଗୌରବ ଓ ଅଭିମାନ।
ଗୁରୁଙ୍କ ଅବଦାନ ବି ଅତୁଳନୀୟ
ରାଷ୍ଟ୍ର ନିର୍ମାଣ ପାଇଁ ଜ୍ଞାନର ଆଲୋକ
ଅନୁଶାସନ ସହିତ ଶିଷ୍ୟର ଚରିତ୍ର ନିର୍ମାଣ
ଅନୁଶାସନ ସହ ଶିକ୍ଷା ,ପୁଣି ଦଣ୍ଡ ବିଧାନ
ଭୁଲ୍ ପାଇଁ ସାମୟିକ ଶାସ୍ତି
ପ୍ରତିଯୋଗିତା ମନୋଭାବ ବି ଶିକ୍ଷାରେ ନିହିତ
ଗୁରୁ ହିଁ ଶିଷ୍ୟ ର ଭାଗ୍ୟ ବିଧାତା।
ଗୁରୁ ଶିଷ୍ୟ ର ପରମ୍ପରା ବହୁତ ପୁରୁଣା
ସେ ଯୁଗର ଗୁରୁ ଏବେ ଶିକ୍ଷକ ରୂପରେ
ଯୁଗ
ଯେତେ ବଦଳିଲେ ବି ଗୁରୁ ଶିକ୍ଷକ ନମସ୍ୟ
ଶିକ୍ଷକଙ୍କ ପଦ ଓ ମର୍ଯ୍ୟାଦା ପ୍ରତି ଅତୁଟ ବିଶ୍ୱାସ
ସେ ଶିକ୍ଷାଦାତା ଙ୍କ ପୟରେ,ଭକ୍ତି ରହୁ ନିରନ୍ତରେ।
ଦୁଃଖ ଓ ପରିତାପର ବିଷୟ
ଶିକ୍ଷକଙ୍କ ଅନୁଶାସନ ପ୍ରତି ଅଙ୍କୁଶ ଲାଗିଛି
ଜ୍ଞାନ ଶିକ୍ଷା ହେଉ ଅବା ଅନୁଶାସନ,ସଂସ୍କାର
ଛାତ୍ର କିନ୍ତୁ ଦଣ୍ଡ ମୁକ୍ତ ପରିଧି ଭିତରେ
ଖୋଲା ଖୋଲି ମୁକ୍ତ
ଘର ହେଉ କି ବିଦ୍ୟାଳୟ
ଦଣ୍ଡ ଆଜି କେଉଁଠି ନାହିଁ,ବିଦ୍ୟାର୍ଥୀ ସମ୍ପୂର୍ଣ୍ଣ ସ୍ଵାଧୀନ
ଦଣ୍ଡ ମୁକ୍ତ ବୋଲି ରାଜ୍ୟରେ ଘୋଷଣା।
ଅଭିଭାବକ ବି ଆଜି ନିରୁପାୟ
ଦଣ୍ଡ ଦେବାକୁ ହାତ ଯାଉ ନାହିଁ
କାହିଁକି ବା ସେ ହେବେ ଦଣ୍ଡାଧୀକାରୀ
ଘରୁ ବାହାରିଲେ ପରା ଯିବ ସେହି ଅଞ୍ଚଳକୁ
ଯେଉଁଠି ଦଣ୍ଡ ଫଣ୍ଡ କିଛି ବି ନାହିଁ....... ।
ଗୁରୁ ଶିଷ୍ୟର ପରମ୍ପରା ଅଛି ସତ
କିନ୍ତୁ ଆନ୍ତରିକତା ର ଅଭାବ
ଗୁରୁ ଦକ୍ଷିଣା କିଏ କାହାକୁ ଦେଉଛି!
ପୁରୁଣା ପ୍ରଥା,କେବଳ ଏକ ଆଦର୍ଶ ଭାବନା।
ଶିକ୍ଷକ ବି ଦୋଷ ମୁକ୍ତ
ଦଣ୍ଡ ଦେବା ଅଧିକାର ରୁ ମୁକ୍ତ
ପିଲା ଭୁଲ୍ କରୁ ବା ଅପରାଧ
ଉପାୟ କେବଳ କଥାରେ କଥାରେ
ଦଣ୍ଡ ମୁକ୍ତ ଅଞ୍ଚଳ ବିଦ୍ୟାଳୟରେ ଦଣ୍ଡ ନାହିଁ
ପରିବର୍ତ୍ତନ ଧାରାରେ ଗୁରୁ ଶିଷ୍ୟ ର ସମ୍ପର୍କ।
ସମାଜରେ ମହତ କାର୍ଯ୍ୟରେ ନିୟୋଜିତ ଗୁରୁ
ଗୁରୁଙ୍କ ଅବଦାନ ବି ଅତୁଳନୀୟ
ଗୁରୁଙ୍କ ଆସନ ବି ଈଶ୍ୱରଙ୍କ ସମ
ଭକ୍ତି ଓ ମର୍ଯ୍ୟାଦା ରହୁ ଶିକ୍ଷକଙ୍କ ପ୍ରତି
ଗୁରୁ ଦିବସ ପାଳନ ସହ ରହୁ ଗୁରୁ ଭକ୍ତି
ଗୁରୁଙ୍କ ଆତ୍ମ ସନ୍ତୋଷ ରେ ହିଁ ଶିଷ୍ୟର ଉନ୍ନତି।