STORYMIRROR

Ajit Kumar Raut

Abstract Children

4  

Ajit Kumar Raut

Abstract Children

ଗୁରୁ ପୂର୍ଣ୍ଣିମା

ଗୁରୁ ପୂର୍ଣ୍ଣିମା

1 min
188


ବିଷ୍ଣୁ ଅବତାର ବ୍ୟାସଦେବଙ୍କର


ବ୍ୟାସ ପୂର୍ଣ୍ଣିମା ଟି ଆଜି,


ଗୁରୁ ପୂର୍ଣ୍ଣିମା ଟି ପାଳନ ହୁଅଇ


ପବିତ୍ର ଦିନରେ ଆଜି।୧।


ଆଷାଢ଼ ମାସର ପୂର୍ଣ୍ଣମାର ଦିନ


ବ୍ୟାସଦେବଙ୍କର ଜନ୍ମ,


ଗଙ୍ଗାନଦୀ ତୀରେ କୃଷ୍ଣଦ୍ବୀପ ତହିଁ


ବ୍ୟାସ ରୂପୀ ବିଷ୍ଣୁ ଜନ୍ମ।୨।


ପିଲା ମାନେ ତହିଁ ପଢୁଥିଲେ ପାଠ


ଗୁରୁ ଆଶ୍ରମରେ ରହି,


ପରମ୍ପରା ଅଟେ ଗୁରୁ ଶିଷ୍ୟଙ୍କର


ପ୍ରାଚୀନ କାଲରୁ ଏହି।୩।


ନିସ୍ବାର୍ଥର ମନେ ଶିକ୍ଷା ଦେଉ ଥିଲେ


ଶିଷ୍ୟଙ୍କୁ ଗୁରୁ ହିଁ ତହିଁ,


ଗୁରୁ ସେବା ତହିଁ ଈଶ୍ବରୀୟ ଥିଲା


ଗରୁ ଶିଷ୍ୟ ମଧ୍ୟେ ତହିଁ।୪।


ଭଜୁ ଥିଲେ ଗୁରୁ ବ୍ରହ୍ମ ଗୁରୁ ବିଷ୍ଣୁ 


ଗୁରୁଦେବ ମହେଶ୍ବର,


ଜପୁ ଥିଲେ ଗୁରୁ ସାକ୍ଷାତ ପରମବ୍ରହ୍ମ


ତସ୍ମୈ ଶ୍ରୀ ଗୁରୁବେ ନମଃ।୫।


ତାଙ୍କରି ଠାରୁ ହିଁ ହେଲା ଟି ଉତ୍ପତ୍ତି 


ଧର୍ମ ହିନ୍ଦୁଙ୍କର ପୁଣି,


ନାମେ ସନାତନ ବିଖ୍ୟାତଟି ହେଲା


ଆର୍ଯାବର୍ତ୍ତ ଧାମେ ପୁଣି।୬।


ଲକ୍ଷ୍ୟ ଲକ୍ଷ୍ୟ ଗୁରୁ ଏ ପବିତ୍ର ଧାମେ


ଦେଉଛନ୍ତି ଶିକ୍ଷା ନିତ୍ୟେ,


ଗଢୁଛନ୍ତି ସେହୁ ଉଜ୍ଜ୍ୱଳ ଭବିଷ୍ୟ


ଛାତ୍ରଛାତ୍ରୀଙ୍କର ନିତ୍ୟେ।୭।


କୋଟି ପ୍ରଣିପାତ ବ୍ୟାସଙ୍କ ଚରଣେ


ରହୁ ବିଷ୍ଣୁ ରୂପେ ମନ,

  

ଲକ୍ଷ୍ୟ ଲକ୍ଷ୍ୟ ଗୁରୁ ଚରଣେରେ ଭକ୍ତି


ରହି ଥାଉ ନିତି ଦିନ।୮।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସମସ୍ତ ଗୁରୁଙ୍କୁ ମୋର,


ନୂଆ ଶିକ୍ଷାନୀତି ଗୌରବ ଟି ଦେଉ


ହେଉ ଟି ଭାଷା ଆଧାର।୯।


ବିଷ୍ଣୁ ଅବତାର ବ୍ୟାସଦେବଙ୍କର


ବ୍ୟାସ ପୂର୍ଣ୍ଣିମା ଟି ଆଜି,


ଗୁରୁ ପୂର୍ଣ୍ଣିମା ଟି ପାଳନ ହୁଅଇ


ପବିତ୍ର ଦିନରେ ଆଜି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract