STORYMIRROR

Subham Sahu

Abstract Classics

4  

Subham Sahu

Abstract Classics

ଗୁରୁ ମହିମା

ଗୁରୁ ମହିମା

1 min
357

ଗୁରୁ ନାମେ ଯେଉଁ ଦୁଇଟି ଅକ୍ଷର,

ସେ ଯେ ଆମପାଇଁ ଜ୍ଞାନ ଗନ୍ତାଘର ।


ଆମ ଅଜ୍ଞାନର ଅନ୍ଧକାର ନେଇ,

ଦୂର କରିଥାନ୍ତି ବନ୍ହି ଜାଳିଦେଇ ।


ଗୁରୁ ଯେ ଅଟନ୍ତି ଦେବତା ଶିଷ୍ୟର,

ତାଙ୍କ ପାଇଁ ଶିଷ୍ୟ ପହଞ୍ଚେ ଶିଖର ।


ଗୁରୁ ବ୍ରମ୍ହା ଗୁରୁ ବିଷ୍ଣୁ ମହେଶ୍ୱର,

ତାଙ୍କରି ମହିମା ଅଟେ ଯେ ଅପାର ।


ପୁରାଣେ ଅଛି ଯେତେ ତାଙ୍କରି ମହିମା

ଜଗତ ଗାଉଛି ଆଜି ଗୁରୁଙ୍କ ଗାରିମା ।


ଶିଷ୍ୟକୁ ନକରି କେବେ ହତାଦର

ଅଜ୍ଞାନରୁ ଟାଣି ନିଅନ୍ତି ତତ୍ପର


ଗୁରୁଯେ ଅଟନ୍ତି ଜ୍ଞାନର କିରଣ

ତାଙ୍କରି ଚରଣେ ନେବା ଯେ ଶରଣ ।


ଗୁରୁଙ୍କୁ ଯେ କେବେ ନ ମଣିବ ନର

ଗୁରୁଦେବ ଆମ ସାକ୍ଷାତ ଈଶ୍ୱର ।


ଗୁରୁଙ୍କ ହୃଦୟ ଯେହୁ ମଳୟ ପବନ,

ସେ ପବନେ କାଠ ହୁଏ ଯେ ଚନ୍ଦନ ।


Rate this content
Log in

Similar oriya poem from Abstract