STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଗୁରୁ ଗରିୟସୀ

ଗୁରୁ ଗରିୟସୀ

1 min
122


'ଆଚାର୍ଯ୍ୟ ଦେବୋ ଭବ' ଆପ୍ତ ବାକ୍ୟ ଗୁରୁ ଠାରୁ ଜ୍ଞାନାରମ୍ଭ

ମାତାପିତା ଆଦ୍ୟଗୁରୁ ଶିକ୍ଷାଗୁରୁ ଦୀକ୍ଷାଗୁରୁ ତିନି ଭାବ ।

ଶିକ୍ଷା ମିଳେ ଯଦି ସମ୍ୟକ୍ ସେହିଟି ଗୁରୁଜନ ରୂପେ ବରି

ଲଘୁଜନ ହେଉ ଗୁରୁଜନ ତାଙ୍କୁ ଗୁରୁ ମାନ୍ୟତାରେ ସ୍ମରି ।


ଶିକ୍ଷା ଦୀକ୍ଷା ବିନା ଲାଙ୍ଗୁଡ ସିଙ୍ଘ ବିହୀନ ପଶୁ ମାନବ

ଗୁରୁ ପରମ୍ପରା ସେଥିପାଇଁ ଗଢା ଗୁରୁ ଆମ ଦେବାଦେବ ।

ଶିଷ୍ୟ ବଳିଗଲେ ଗୁରୁ ଠାରୁ ଜ୍ଞାନେ ଗୁରୁ ଆତ୍ମା ହୁଏ ତୃପ୍ତ

ପର୍ଶୁରାମ ଶିଷ୍ୟ ଭୀଷ୍ମ କର୍ଣ୍ଣ ଦ୍ରୋଣ ଶିଷ୍ୟ ଫାଲଗୁନି ଦୃପ୍ତ ।


ସନ୍ଥ କବୀର ଦୁଇ ମୂର୍ତ୍ତି ଦେଖି ଗୁରୁ ସାଥେ ନାରାୟଣ

ଗୁରୁଙ୍କୁ ପ୍ରଣମି କୁହନ୍ତି ତୁମେ ହିଁ ଚିହ୍ନାଇଛ ଭଗବାନ।

ଗୁରୁ ବିନା କିଏ ଈଶ୍ବର ଦେଖିଛି ଗୁରୁ ପ୍ରେମ କଳ୍ପତରୁ

ଅଜ୍ଞାନ ତିମିରେ ଜ୍ଞାନାଞ୍ଜନ ଦେଇ ଚକ୍ଷୁ ଫେଡିଛ ହେ ଗୁରୁ ।


ଏକଲବ୍ୟ ଗୁରୁ ମୂର୍ତ୍ତି ସ୍ଥାପନାରେ କରିଥିଲେ ବିଦ୍ୟା ଲାଭ

ନଚିକେତା ବରି ଯମରାଜ ଗୁରୁ ହେଲା ତାଙ୍କ ସର୍ବ ଶୁଭ ।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ସାକ୍ଷାତରେ ମହେଶ୍ୱର

ସମୟ ଚକ୍ରରେ ଗୁରୁ ପରମ୍ପରା ହେଲା ସିନା ଛାରଖାର ।


ଜ୍ଞାନୀ ଅବଧୂତ ଚବିଶ ଗୁରୁରେ ନ ବୁଝେ ଜ୍ଞାନ ପିପାଷା

ପିପିଲିକା ପକ୍ଷୀ ଅଜଗର ବେଶ୍ୟା ମେଣ୍ଟିଲା ତାଙ୍କର ତୃଷା। 

ଗୁରୁ ବିନା ଚକ୍ଷୁ ଥାଇ ଅନ୍ଧ ପ୍ରାୟ ଗୁରୁ ନିକିତିରେ ଗୁରୁ

ନିଜ ଅଭିଜ୍ଞତା ନିର୍ଭରଶୀଳ ଯେ ଅଧା ବାଟେ ବୁଡି ମରୁ ।


ମାତା ପିତା ଶିକ୍ଷାଗୁରୁ ଦୀକ୍ଷାଗୁରୁ ପଦେ ରହି ସମର୍ପିତ

ମର୍ତ୍ତ୍ୟ ମଣ୍ଡଳେରେ ଜନ୍ମି ରାମ କୃଷ୍ଣ ଅବତାର ଆଖ୍ୟାୟିତ ।

ଗୁରୁ ଗୁରୁଜନେ ଅନାଦର କରି ରାବଣ କଂସ ସବଳ

ସବଂଶେ ମରଣ ବରିଲେ ସହାୟ ନହେଲା ତପସ୍ୟା ଫଳ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational