ଗୁରୁ ଦକ୍ଷିଣା
ଗୁରୁ ଦକ୍ଷିଣା
ପୁରାକାଳେ ଥିଲା ଗୁରୁ ଗୃହେ ରହି ବିଦ୍ୟା ଅଧ୍ୟୟନ ବିଧି
ଶିକ୍ଷା ସମାପ୍ତିରେ ଗୁରୁଙ୍କ ଦକ୍ଷିଣା ଦେବାର ସେ ଯେଉଁ ନୀତି
ଅତି ଦୁରୂହ ସେ କଥା
କେମିତି କିଏସେ ଦକ୍ଷିଣା ଦେଇଛି ସଂକ୍ଷେପରେ ଦେଲି ବାର୍ତ୍ତା ।।
ସନ୍ଦିପନୀ ଋଷି ଆଶ୍ରମେ ଶ୍ରୀକୃଷ୍ଣ ବିଦ୍ୟା ଶେଷ ଯେବେ ହେଲା
ଦକ୍ଷିଣା ସ୍ଵରୂପ ମାଗିବା ବେଳରେ ମାଗିଥିଲେ ଯାହା ଭଲା
କହୁଛି ବିସ୍ତାରି ତାହା
ଅପୂର୍ବ ଆକ୍ଷାନ କହୁଅଛି ଶୁଣ ଠିକେ ଠିକେ ମୁହିଁ ଯାହା ।।
ସନ୍ଦିପନୀ ଙ୍କର ଛପୁତ୍ର ଜନମ ପରେ ପରେ ମୃତ୍ୟୁ ଦୁଃଖ
ଅସହ୍ୟ ବେଦନା ସହି ଋଷି ପତ୍ନୀ କରନ୍ତି କାଳାଚିପାତ
ଶ୍ରୀକୃଷ୍ପ ଙ୍କୁ ସନ୍ଦିପନି
ଦକ୍ଷିଣା ସ୍ଵରୂପ ପୁତ୍ର ଯମାଳୟୁ ଫେରାଇବା “ପାଇଁ ମୁନି- ।।
କହିଲେ” ସେପାଇଁ ଯମଙ୍କ ଆଳୟେ ଶ୍ରୀକୃଷ୍ଣ ହାଜର ହେଲେ
ଅନେକ ପ୍ରାର୍ଥନା କରି ଭଗବାନ ଯମଙ୍କୁ ଯାଇ କହିଲେ
ଋଷିଙ୍କର ମୃତ ପୁତ୍ର
ଯମାଳୟୁ ଆଣି ଋଷି ପତ୍ନୀ କୋଳେ କରିଥିଲେ ସମର୍ପିତ ।।
ଆହୁରି କଥାଏ କହୁଛି ଦ୍ଵାପର ଯୁଗର ଏହି ଚରିତ
ଏକଲବ୍ୟ ନାମେ ବନବାସୀ ଥିଲା ଏକଇ ଶବର ପୁତ୍ର
ଦ୍ରୋଣାଚାର୍ଯ୍ୟ ଗୁରୁ ଗୃହେ
କୌରବ ପାଣ୍ଡବ ଆଶ୍ରମରେ ଯୁଦ୍ଧ ବିଦ୍ୟା ଶିକ୍ଷା କରୁଥିଲେ ।।
ଏକଲବ୍ୟ ଯାଇ ଶିଷ୍ୟ ହେବାପାଇଁ ଗୁରୁଙ୍କୁ ବିନତୀ କଲା
ଶବର କୂଳରେ ଜନ୍ମ ହୋଇ ତୋର ଏଡେ ବହପରେ ପିଲା
ଆମେ ଯେତେ ରାଜ ପୁତ୍ର
ସଙ୍ଗେ ରହି ବିଦ୍ୟା ଅର୍ଜନ କରିବୁ କହିଲେ ଯେତେ କୌରବ ।।
ଅପମାନ ସହି ଫେରିତ ଆସିଲା ବିଦ୍ୟା ଶିକ୍ଷା “ଫଳବତୀ
ପାଇଁ” ଜଙ୍ଗଲକୁ କାଟି ସ୍ଥାପିଲା ସେ ଗଢିଣ ମାଟିର ମୂର୍ତ୍ତି
“ଗୁରୁ ରୂପେ ପୂଜା ଭକ୍ତି
କରିଣ” ଶିଖିଲା ଧର୍ନୁବିଦ୍ୟା ଯାହା ଦ୍ରୋଣ ଶିଖାଉ ଥାଆନ୍ତି ।।
ବିଦ୍ୟା ଅଧ୍ୟୟନ କରି ଏକଲବ୍ୟ ହୋଇଗଲା ଧନୁର୍ଦ୍ଧର
ଯାଣି ଦ୍ରୋଣାଚାର୍ଯ୍ୟ ମାଗିଲେ ଦକ୍ଷିଣା ମୋତେ ତୁ ପ୍ରଦାନ କର
ଦକ୍ଷ' ହସ୍ତ ବୃଦ୍ଧାଙ୍ଗୁଳି
କାଟି ଏକଲବ୍ୟ ଦେଖାଇଲା ଶିଷ୍ୟ ଦକ୍ଷିଣା ଦିଏ କିପରି ।।
ଯୁଗେ ଯୁଗେ ନାମ ରଖି ଏକଲବ୍ୟ ଆଦର୍ଶ ଯେ ହୋଇଗଲା
ଶିଷ୍ୟର ମହତ୍ଵ ଦେଖି ଦ୍ରୋଣାଚାର୍ଯ୍ୟ କହିଲେ “ଶବର ପିଲା
ହୋଇ” ଯାହା କଲୁ ଆଜି
ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ନମେ ଖ୍ୟାତି ରହିବ ଯୁଗାବ୍ଧି ଧରି ।।
ଧୌମ୍ୟ ମୁନିଙ୍କର ପ୍ରୀୟ ଶିଷ୍ୟ କ୍ଷାତି ଆରୁଣି ଙ୍କ ଉପାଖ୍ୟାନ
ଜାଣନ୍ତି ସର୍ବତ୍ର କହିବା ବାହୁଲ୍ୟ ହେବ ତେଣୁ “ସମାପନ
କଲି” ଗୁରୁ ଶିଷ୍ୟ କଥା
ଦକ୍ଷିଣା ଦେବାର ଅପୂର୍ବ ଆକ୍ଷାନ ଅମୃତମୟ ବାରତା ।।
