Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Inspirational Children

4.5  

Chinmaya Nayak

Inspirational Children

ଗୁରୁ ଚାଲିଗଲେ

ଗୁରୁ ଚାଲିଗଲେ

1 min
142


    ଗୁରୁ ଚାଲିଗଲେ ଆଖି ପିଛୁଳାକେ 

    ଗୁରୁ ପରମ୍ପରାର ସ୍ମାରକ ଧରି

    ଅନାଇ ରହିଛୁ ଆମେ ସବୁ ଏଠି

     ମନ କଥା ମନେ ମାରି l 


    କରିଗଲେ ସବୁ ଏକରେ ଅନେକ

      ନିଜର ମଣିଷ ପରି.  

   ସେଇ ଗୁଣ କର୍ମ ଝୁରେ ଏ ଆଧୁନିକ

     ଆସିଲାଣି ବେଳ ସରି


   ଦାର୍ଶନିକ ଠାରୁ ଜ୍ଞାନ ରୂପକ ଯାଏଁ

     ଦେଖାଇଲେ ନିଜେ କରି

   ଭେଦଭାବ ତାଙ୍କ ନଥିଲା ଅନ୍ତରେ

     ଅହିଂସା ଭାବ ଥିଲା ଭରି


   ଦେଇ ଉପଦେଶ ମିଳିମିଶି ଚାଲିବାକୁ

     ନିରିମଳ ହୃଦୟ ପରି.  

   ଦରଦି ସଖା ବୋଲି ଦୀନହୀନ ଭୁଲି

     ପରକୁ ଆପଣା କରି


   ସାଇତି ସଜାଇ ସେନେହ ଶରଧାକୁ

     ବାଣ୍ଟି ଦେଲେ ଆମ ମନେ

    ଜିଣି ନେବେ ବୋଲି ସଭିଁଙ୍କ ମନକୁ

     କହିଗଲେ କାନେ କାନେ


   ଅପର ଦୁଃଖରେ ସମ ଦୁଃଖୀ ହୋଇ

     କରିଥିଲେ ଦୁଃଖ ଭୋଗ 

    ତେଜି ସୁଖଶିରୀ ମାନ ଅଭିମାନ

     କରିଥିଲେ ସବୁ ତ୍ୟାଗ


    ସେ ଭୂମେ ଥାଇ ଜ୍ଞାନ ଢ଼ାଳୁଛନ୍ତି

      ଢ଼ାଳୁଥିବେ ନିରନ୍ତର

    ଛାତ୍ର ରାଇଜର ହୃଦୟରୁ ଆଜି

     କୋଟି କୋଟି ନମସ୍କାର l



Rate this content
Log in

Similar oriya poem from Inspirational