Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3  

Durjyodhan Barik

Children

ଗୁଡ୍ଡି ବାହାଘର

ଗୁଡ୍ଡି ବାହାଘର

1 min
229



ଆଜି ଆମ ଗୁଡ୍ଡିର ଵାହାଘର

ଗୁଡ୍ଡି ଚାଲିଯିବ ତା ଶାଶୁଘର

ବାଜା ବସିଅଛି ଧାଡ଼ି କି ଧାଡ଼ି ,

ଗୂଡ୍ଡି ଶାଶୁଘର କେନ୍ଦରାପାଡି ।


ଘୋଡ଼ା ରେ ଆସିବ ଗୁଡ୍ଡିର ବର,

ବର ସଙ୍ଗେ ଥିବ କୋଇଲି ବର ।

ଦୁଇଟି ବରର ଗୋଟିଏ ସଜ୍ଜା

ଆଗରେ ବାଜୁଛି ତେଲଙ୍ଗା ବାଜା ।


ରାସ୍ତା ଦୁଇ ପାଶେ ରଙ୍ଗିନୀ ଆଲ,

ଦୃଶ୍ଯମାନ ହୁଏ ସେ ଝଲ୍ଲ ମଲ ।

ବାଣ ରଖାଯାଏ ରାସ୍ତା ଠୁଁ ଦୂରେ,

ଫୁଟିଲେ ଶବଦ ବହୁତ କରେ ।


ବର ଆସୁଅଛି ଧୂଳି ଉଡେଇ,

ଗୁଡ୍ଡିକୁ ଆମଠୁଁ ନେବ ଛଡେଇ ।

ଗୁଡ୍ଡି ପହଞ୍ଚିବ ତା ଶାଶୁଘର

ପାଛୋଟି ନେବେ ସେ କରି ଆଦର ।


ବର ଘରେ ସବୁ ହୁଅନ୍ତି ଖୁସି,

ଆମେ କାନ୍ଦୁଅଛୁଁ ଏଠାରେ ବସି ।

ଏହି ପ୍ରଥା ଅଟେ ବିଧି ବିଧାନ ,

ସେହି ବିଧାନ କୁ ଦେବା ସମ୍ମାନ ।


   



Rate this content
Log in

Similar oriya poem from Children